ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି, ବଲିଉଡ ଷ୍ଟାରସନ ଗିରଫ

ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି, ବଲିଉଡ ଷ୍ଟାରସନ ଗିରଫ

ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି, ବଲିଉଡ ଷ୍ଟାରସନ ଗିରଫ


ମୁମ୍ବାଇ: ଜାହାଜ ଯାଉଥିଲା ମୁମ୍ବାଇରୁ ଗୋଆ । ଚାଲିଥିଲା ହାଇପ୍ରୋଫାଇଲ୍ ପାର୍ଟି । ଡ୍ରଗ୍ସ ନିଶାରେ ମସଗୁଲ ଥିଲେ ହାଇପ୍ରୋଫାଇଲ୍ ଲୋକେ । ଏତିକିବେଳେ ସମୁଦ୍ର ଭିତରେ ଚଢ଼ାଉ କଲା ଏନସିବି (ନାର୍କୋଟିକ୍ସ କେଣ୍ଟ୍ରାଲ ଅଫ୍ ବୁ୍ୟରୋ) । ତା’ପରେ ଯାହା ହେଲା, ଏନସିବିର ବି ମୁଣ୍ଡ ଗୋଲ୍ ହୋଇଗଲା । ବ୍ୟାପକ ପରିମାଣର ଡ୍ରଗ୍ସ ସେବନ କରୁଥିଲେ କିଛି ଲୋକେ । ସବୁ ଜବତ କରାଗଲା । ଜାହାଜର ଖାନତଲାସି ହେଲା । ଏଥିରେ ଧରାପଡ଼ିଲେ ୮ରୁ ୧୦ଜଣ ବ୍ୟକ୍ତି । ସେମାନଙ୍କୁ ଏନସିବି ଦପ୍ତର ଅଣାଯିବା ପରେ ପଚରାଉଚରା କରାଯାଇଥିଲା । ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବଡ଼ ବଲିଉଡ ଅଭିନେତାଙ୍କ ପୁଅ ବି ସାମିଲ ଥିବା କୁହାଯାଉଛି । ହେଲେ ସେ କିଏ, ଏଯାବତ ତାଙ୍କ ପରିଚୟ ମିଳିନାହିଁ । କୁହାଯାଉଛି, ଗିରଫ ବଲିଉଡ ଅଭିନେତାଙ୍କ ପୁଅଙ୍କ ବୟସ ବି ବେଶି ନୁହେଁ । 

  ଏହି ଜାହାଜ ଗୋଆ ଯାଉଥିବାବେଳେ ସିଆଇଏସଏଫ ସୂତ୍ରରୁ ଏନସିବିକୁ ଡ୍ରଗ୍ସ ବାବଦରେ ଖବର ମିଳିଥିଲା । ଏନସିବିର କିଛି କର୍ମଚାରୀ ଯାତ୍ରୀ ବେଶରେ ଜାହାଜରେ ଥିଲେ । ଟିମ୍ର ନେତୃତ୍ୱ ନେଉଥିଲେ ଜୋନାଲ କମିଶନର । ଏଥିରେ ବ୍ୟାପକ ପରିମାଣ ଡ୍ରଗ୍ସ ଜବତ ହୋଇଥିଲା । ଏହା ସବୁଠାରୁ ବଡ଼ ଜବତ ଘଟଣା ବୋଲି କୁହାଯାଉଛି ।