ହାଇଦର ଫେରାର ଘଟଣା , ଖୁବଶୀଘ୍ର ଗିରଫ ହେବ : ସିପି
ହାଇଦର ଫେରାର ଘଟଣା , ଖୁବଶୀଘ୍ର ଗିରଫ ହେବ : ସିପି
admin
Apr 11, 2021 - 07:21
Updated: Apr 11, 2021 - 07:21
ଭୁବନେଶ୍ୱର:କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଏସସିବି ମେଡିକାଲ ଜଲେଜରୁ ଫେରାର ଘଟଣାକୁ ନେଇ ଆଜି ଡିଜିପିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଇଛି । ଯଥାଶୀଘ୍ର ହାଇଦରକୁ ଗିରଫ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ।
ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଥିଲେ ଯେ, ସମସ୍ତ ସମୀବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି । ସବୁ ଜିଲ୍ଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏସଟିଏଫ ୟୁନିଟ ଓ ଡିସିପିଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ଷ୍ଟେସନ ଓ ପ୍ରମୁଖ ସଡ଼କ ପଥ ଉପରେ ବି ନଜର ରହିଛି । ୫ରୁ ୬ଟି ଟିମ ଗଠନ କରାଯାଇଛି । ସିସିଟିଭି ଫୁଟେଜ ଦେଖୁଛୁ । ଖୁବଶୀଘ୍ର ହାଇଦରକୁ ଧରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଥିଲେ ।
ପ୍ରକାଶ ଯେ, କଟକ ବଡ଼ ମେଡ଼ିକାଲରୁ ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିିଛି କମିଶନରେଟ୍ ପୁଲିସ୍ । କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଗ୍ୟାଙ୍ଗଷ୍ଟାର ହାଇଦର ଅପରାଧିକ ସାମ୍ରାଜ୍ୟ ସହ ସଂପୃକ୍ତ ଥିବା ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂପୁର, ଯାଜପୁରର ଏସପିଙ୍କୁ ମଧ୍ୟ ସତର୍କ କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲା ବାଲେଶ୍ୱର ଏସପି ଓ ମୟୁରଭଞ୍ଜ ଏସ୍ପିଙ୍କୁ ଖବର ଦିଆଯାଇଛି । କାରଣ, ପଶ୍ଚିମବଙ୍ଗ ସୀମା ଦେଇ ଖସିବାର ଉଦ୍ୟମ କରିବାର ଆଶଙ୍କା ଥିବାରୁ ଏହି ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି ।
ଫଟୋ ସର୍କୁଟେଲ କରି ହାଇଦରକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି କମିଶନରେଟ୍ ପୁଲିସ୍ । ସେହିପରି ଗ୍ୟାଙ୍ଗଷ୍ଟାର ହାଇଦରର ପୁରୁଣା ଲିଙ୍କ୍ ଓ ନୂଆ ଲିଙ୍କ୍ ସହ ଯୋଗାଯୋଗ କରି ତାକୁ ଧରିବାକୁ ଉଦ୍ୟମ କରୁଛି ପୁଲିସ୍ । ବର୍ତମାନ ସମୟରେ ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠି ଠାବ କରାଯିବ ତାକୁ ପ୍ରାଥମିକତା ଦେଇ ଖୋଳତାଳ ଆରମ୍ଭ କରିଛି ପୁଲିସ୍ ।