ହସ୍ପିଟାଲ ଛାତରେ ପାଖାପାଖି ୫୦୦ ଶବ
ହସ୍ପିଟାଲ ଛାତରେ ପାଖାପାଖି ୫୦୦ ଶବ
ପାକିସ୍ତାନ: ପାକିସ୍ତାନରୁ ଆସିଲା ଚାଂଚଲ୍ୟକର ଖବର । ପାକିସ୍ତାନର ମୁଲତାନରେ ଥିବା ଏକ ହସ୍ପିଟାଲ ଛାତ ଉପରୁ ବିପୁଳ ସଂଖ୍ୟାରେ ମୃତଦେହ ଥିବା ଖବର ସାମ୍ନାକୁ ଆସିଛି । ଏହି ମାମଲାଟି ପଞ୍ଜାବ ନିଶତାର ହସ୍ପିଟାଲର, ଯେଉଁଠି ମୃତଦେହରୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଗାୟବ ଥିବା ଜଣାପଡ଼ିଛି । ଅଧିକାଂଶ ମୃତଦେହ ଖଣ୍ଡବିଖଣ୍ଡିତ ହୋଇଥିବା ବେଳେ କିଛି ଖୋଲା ମଧ୍ୟ ରହିଛି ।
ଶରୀରରୁ ହୃତପିଣ୍ଡ ଓ ଅନ୍ୟାନ୍ୟ ଅଙ୍ଗ କାଢ଼ିଦିଆଯାଇଥିବା ସନ୍ଦେହ କରାଯାଉଛି । ହସ୍ପିଟାଲ ଛାତରୁ ଉଦ୍ଧାର ହୋଇଥିବା ମୃତଦେହ ସଂଖ୍ୟା ପାଖାପାଖି ୫୦୦ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ମୃତଦେହଗୁଡ଼ିକ କାହାର ଏବଂ ଛାତ ଉପରେ ଏତେ ସଂଖ୍ୟକ ମୃତଦେହ କେଉଁଠୁ ଆସିଲା, ତାହା ସ୍ପଷ୍ଟ ହୋଇନାହିଁ । ଡାକ୍ତରୀ ପରୀକ୍ଷା ପାଇଁ ମୃତଦେହ ଗୁଡ଼ିକ ଖଣ୍ଡବିଖଣ୍ଡିଜ କରାଯାଇଥିବା ସନ୍ଦେହ କରାଯାଉଛି । ହସ୍ପିଟାଲ ଛାତରୁ ମିଳିଥିବା ମୃତଦେହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓକୁ ପରବର୍ତ୍ତୀ ସମୟରେ ଡିଲିଜ୍ କରିଦିଆଯାଇଛି ।




admin 