ସ୍ତ୍ରୀର ଛୁରା ମାଡରେ ସ୍ୱାମୀର ମୃତ୍ୟୁ
ସ୍ତ୍ରୀର ଛୁରା ମାଡରେ ସ୍ୱାମୀର ମୃତ୍ୟୁ
admin
Jan 22, 2020 - 10:42
Updated: Jan 22, 2020 - 10:42
କୋରୁକୋଣ୍ଡା - ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଧିନସ୍ଥ ଆପନମାଲା ଗ୍ରାମରେ ଛୁରାମାଡ଼ ହୋଇଥିବା ଘଟଣା ସାମ୍ନା କୁ ଆସିଛି। ତେବେ ମଙ୍ଗଳବାର ରାତିରେ ଖାଇବା ସମୟରେ ଆନ୍ତୁରୁ ମୁଦୁଲି(୪୦) ନାମକ ବ୍ୟକ୍ତି ଖାଇ ବସିଥିଲେ। ଏବଂ ଖାଇବା ଟି ତାଙ୍କ କହିବାନୁଯାୟୀ ନ ହୋଇଥିବାରୁ ସେ ରାଗିଯାଇ ତାଙ୍କ ସ୍ତ୍ରୀ କୁ ଗାଳି ଗୁଲଜ କରିବା ସହ ହାତ ଉଠାଇଥିଲେ। ତେବେ ଏପରି ହୋଇଥିବାରୁ ତାଙ୍କ ସ୍ତ୍ରୀ ରାଗି ଯାଇ ନିକଟରେ ଥିବା ଏକ ଛୁରୀରେ ସେ ତାଙ୍କ ସ୍ୱାମୀ ଉପରକୁ ଆକ୍ରମଣ କରିଥିଲେ। ସ୍ତ୍ରୀର ଆକ୍ରମଣ ପରେ ଆନ୍ତୁରୁ ଚିଲାଇବାକୁ ଲାଗିଥିଲା। ଏହା ଶୁଣି ଆନ୍ତୁରୁର ସାନ ଭାଇ ରାମଚନ୍ଦ୍ର ମୁଦୁଲି ଆସି ସେଠାରେ ପହଞ୍ଚିଥିଲେ। ସେତେବେଳକୁ ଆନ୍ତୁରୁର ପ୍ରାଣବାୟୁ ଚାଲିଯାଇଥିଲା। ତେବେ ଏନେଇ ତାର ସାନ ଭାଇ ରାମଚନ୍ଦ୍ର ଓରକେଲ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏବଂ ତାର ସ୍ତ୍ରୀକୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ ସୂଚନା ଦେଇଛନ୍ତି।