ସୌରଶକ୍ତିରେ ଚାଲିବ ବିଧାନସଭା

ସୌରଶକ୍ତିରେ ଚାଲିବ ବିଧାନସଭା

ସୌରଶକ୍ତିରେ ଚାଲିବ ବିଧାନସଭା
ଭୁବନେଶ୍ୱର: ସୌରଶକ୍ତିରେ ଚାଲିବ ବିଧାନସଭା । ବିଧାନସଭା ଛାତରେ ଲାଗିବ ସୋଲାର ସିଷ୍ଟମ । ଏହା ଦ୍ୱାରା ବିଜୁଳି ଶକ୍ତି ସଂଚୟ କରିହେବ । ଏ ସୌରଶକ୍ତି ପ୍ରକଳ୍ପ କାମ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ । ଏ ପ୍ରକଳ୍ପ କାମ ଓଡ଼ିଶା ଅକ୍ଷୟଶକ୍ତି ବିକାଶ ସଂସ୍ଥା ଦ୍ୱାରା କାର୍ଯ୍ୟ କାରୀ ହେବ । ବିଧାନସଭାକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା । ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏ ପ୍ରକଳ୍ପ ନିର୍ମାଣ ହେବ । ଏ ପ୍ରକଳ୍ପର କ୍ଷମତା ୯୦ କିଲୋୱାଟ ରହିବ । ବାର୍ଷିକ ପ୍ରାୟ ୧ ଲକ୍ଷ ୧୮ ହଜାର ୟୁନିଟ ବିଜୁଳି ଶକ୍ତି ଏଥିରୁ ଉତ୍ପାଦିତ ହେବ । ଉତ୍ପାଦିତ ସବୁଜ ଶକ୍ତି ବିଧାନସୌଧରେ ବ୍ୟବହାର କରାଯିବ । ଏହା ଦ୍ୱାରା ବିଧାନସଭାରେ ବିଜୁଳି ଦେୟ ବହୁ ପରିମାଣରେ ସଞ୍ଚୟ ହୋଇପାରିବ । ଏ ନେଇ ବସିଥିବା ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପସଚିବ ଶିଶିରକାନ୍ତ ସ୍ୱାଇଁ, ମୁଖ୍ୟ ସ୍ଥପତି ବିଶ୍ୱରଞ୍ଜନ ନାୟକ, ଓରେଡା ଯୁଗ୍ମ ନିର୍ଦ୍ଦେଶକ ଏକେ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।