ସୋସିଆଲ ମିଡିଆ ଜରିଆରେ ପ୍ରଚାର ପାଇଁ କମିଟି ଗଠନ କଲା କଂଗ୍ରେସ

ସୋସିଆଲ ମିଡିଆ ଜରିଆରେ ପ୍ରଚାର ପାଇଁ କମିଟି ଗଠନ କଲା କଂଗ୍ରେସ

ସୋସିଆଲ ମିଡିଆ ଜରିଆରେ ପ୍ରଚାର ପାଇଁ କମିଟି ଗଠନ କଲା କଂଗ୍ରେସ
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନଙ୍କ ପାଇଁ ସୋସିଆଲ ମିଡିଆ ଜରିଆରେ ପ୍ରଚାର ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିର ସୋସିଆଲ ମିଡିଆ କମିଟିର ୪ ଜଣ ସାଧାରଣ ସମ୍ପାଦକ ଓ ୪ ଜଣ ସମ୍ପାଦକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଚି । ଦଳ ପକ୍ଷରୁ ଜାରି ପ୍ରେସ ବିବୃତି ଅନୁଯାୟୀ, ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ସମ୍ପାଦକ ଚେତନ ମିଶ୍ର, ଜୋୟତା ରାୟ ଓ ସମ୍ପାଦକ ରଞ୍ଜିତା ପଣ୍ଡା ସଦସ୍ୟ ରହିଥିବା ବେଳେ ଏମାନଙ୍କୁ ସହଯୋଗ କରିବା ପାଇଁ ଗୌତମ ସାହୁ, ନବ ପ୍ରସାଦ ଭୂୟାଁ, ହରନାରାୟଣ ରାଉତ, ରଞ୍ଜୀତ ପ୍ରଧାନ ଓ ରେହାନ ଖାଁଙ୍କୁ ସଂଯୋଜକ ଭାବେ ନିଯୁକ୍ତି କରାଯାଇଛି । ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ସୋସିଆଲ ମିଡିଆ କମିଟି ସାଧାରଣ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ, ଶୈଳେନ୍ଦୁ ଦାଶ, ସମ୍ପାଦକ ଜଗତ ଜୀବନ ମହାନ୍ତି, ସତ୍ୟବ୍ରତ ଗୁରୁ ଓ ସୁବାଷ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । କମିଟି ସଦସ୍ୟଙ୍କୁ ସହଯୋଗ କରିବା ପାଇଁ ବିକି ଶର୍ମା, ଅଭିନନ୍ଦନ ସେଠୀ, ସଂଗ୍ରାମ କୁମାର ମହାନ୍ତି, ଶାରଦା ପ୍ରସନ୍ନ ସାସମଲ ଓ ସନ୍ତୋଷୀ ପ୍ରସାଦ ଶତପଥୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।