ସୋସିଆଲ ମିଡିଆର ଷ୍ଟାରଙ୍କୁ ମରଣାନ୍ତକ ଆକ୍ରମଣ

ସୋସିଆଲ ମିଡିଆର ଷ୍ଟାରଙ୍କୁ ମରଣାନ୍ତକ ଆକ୍ରମଣ

ସୋସିଆଲ ମିଡିଆର ଷ୍ଟାରଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ତାଞ୍ଜେନିଆର ସୋସିଆଲ ମିଡିଆରେ ରାଜ୍ କରୁଥିବା ଷ୍ଟାର କିଲି ପଲ୍ । ସେ ନିଜ ଖାସ ଅନ୍ଦାଜରେ ତାଙ୍କ ଫ୍ୟାନ୍ସମାନଙ୍କୁ ପ୍ରତିଦିନ ମନୋରଞ୍ଜନ କରି ହୃଦୟ ଜିତି ନିଅନ୍ତି । ପ୍ରାୟତଃ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ସୋସିଆଲ ମିଡିଆ ବ୍ଲଗର କିଲି ପଲଙ୍କ ପ୍ରଶଂସା କରିସାରିଛନ୍ତି । ଏବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି ।

ରିପୋର୍ଟ ଅନୁଯାୟୀ, ତାଞ୍ଜେନିଆ ବାସିନ୍ଦା କିଲିଙ୍କ ଉପରେ ୫ରୁ ୬ ଜଣ ଅଜ୍ଞାତ ବ୍ୟକ୍ତି ଛୁରୀ ଏବଂ ଲାଠିରେ ଆକ୍ରମଣ କରିଛନ୍ତି । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ କିଲି ନିଜେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି  । ଫଟୋ ଓ ଭିଡିଓ ସେୟାର କରି ସେ ଏ ବିଷୟରେ ଜଣାଇଛନ୍ତି । କିଲି କହିଛନ୍ତି ଯେ, ‘ମୁଁ ଭିଡିଓ କରୁଥିବା ବେଳେ କିଛି ବ୍ୟକ୍ତି ମୋ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।’

ସୂଚନା ମୁତାବକ, ତାଙ୍କୁ ଲାଠି ଓ ଛୁରୀ ଆକ୍ରମଣ କରାଯାଇଛି । ଏହାପରେ ସେ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲ ଯାଇ ଚିକିସôା କରାଇଥିଲେ । ତାଙ୍କ ଆଙ୍ଗୁଠି ଓ ଡାହାଣ ହାତରେ ଆଘାତ ଲାଗିଛି । ଅଧିକ ଗୁରୁତର ହୋଇନଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ଅବସ୍ଥା ଠିକ୍ ନାହିଁ । ତାଙ୍କ ଆଙ୍ଗୁଠିରେ ୫ଟି ଷ୍ଟିଚ୍ ପଡିଛି ।

ଏହି ପୂରା ଘଟଣାକୁ ସେ ନିଜ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ଲୋକେ ମୋର ସଫଳତାକୁ ସହ୍ୟ କରିପାରୁନାହାନ୍ତି । ଏଥିପାଇଁ ମୋତେ ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି ।