ସୋସିଆଲ୍ ମିଡିଆ ପାଇଁ ଗାଇଡଲାଇନ ଆସିବ

ସୋସିଆଲ୍ ମିଡିଆ ପାଇଁ ଗାଇଡଲାଇନ ଆସିବ

ସୋସିଆଲ୍ ମିଡିଆ ପାଇଁ ଗାଇଡଲାଇନ ଆସିବ
ନୂଆଦିଲ୍ଲୀ : ସମ୍ପ୍ରତି ସୋସିଆଲ ମିଡ଼ିଆର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ଫେସବୁକ, ଟ୍ୱିଟର, ହ୍ୱାଟସଆପ ଜରିଆରେ ଏବେ ସମସ୍ତେ ଯୋଡ଼ି ହୋଇଛନ୍ତି । ତେବେ ସାମାଜିକ ଗଣମାଧ୍ୟମ ଯେତିକି ଭଲ, ସେତିକି ଖରାପ ପ୍ରଭାବ ବି ପକାଉଛି । ଅନେକ ସମୟରେ ସୋସିଆଲ ମିଡ଼ିଆରେ ହେଉଥିବା ଅପପ୍ରଚାର, ଗୁଜବର ସ୍ରଷ୍ଟା କିଏ ତାହା ଜାଣିହେଉନାହିଁ । ବିଦେଶୀ କମ୍ପାନୀଗୁଡ଼ିକ ଏଭଳି ତଥ୍ୟ ଗୋପନ ବି ରଖୁଛନ୍ତି । ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟବସାୟ କଲେ କୌଣସି ସମସ୍ୟା ନାହିଁ । ତେବେ ହିଂସା ଉଦ୍ରେକ ସହ କାହାର ମର୍ଯ୍ୟାଦା ହାନି ଭଳି ଖବର ପ୍ରସାରିତ ହେବା ଅନୁଚିତ । ଏନେଇ ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମର ବ୍ୟବସ୍ଥା କରାଯିବ ନୁ୍ୟଡ଼ିଟି, ସେକ୍ସୁଆଲ ଛବି ପ୍ରଦର୍ଶିତ କରାଯିବ ନାହିଁ ଚିଫ କମ୍ପ୍ଲାଏନ୍ସ ଅଫିସର ଭାରତରେ ରହିବେ ନୋଡ଼ାଲ କଂଟାକ୍ଟ ପର୍ସନ ବି ଭାରତରେ ରହିବେ ରେସିଡେଂଟ ଗ୍ରୀଭାନ୍ସ ଅଫିସର ମାସିକ ଅଭିଯୋଗ ଶୁଣାଣୀ ସଂକ୍ରାନ୍ତୀୟ ବିବରଣୀ ବି ପ୍ରଦାନ କରିବାକୁ ହେବ କେଉଁ ଆକାଉଂଟରୁ ଏକ ଭ୍ରମାତ୍ମକ, ଗୁଜବ ପ୍ରସାରିତ କରାଯାଇଛି ତାହା ଧରିବାର ବ୍ୟବସ୍ଥା କରିବାକୁ ପଡ଼ିବ । ଭାରତ ବାହାରେ ଯଦି ଏଭଳି ହୋଇଥାଏ ତେବେ ଭାରତରେ କିଏ ଆଗ ଆରମ୍ଭ କଲା ତାହା ବି ସୋସିଆଲ ମିଡ଼ିଆ ସଂସ୍ଥା ଜଣାଇବେ । ସେ କହିଲେଯେ, ସାମାଜିକ ଗଣମାଧ୍ୟମ ଏବେ ସାରା ଭାରତକୁ ଛାଇଯାଇଛି । ଏହା ବ୍ୟବସାୟରେ ବି ବେଶ ସହାୟକ ହେଉଛି । କିନ୍ତୁ ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଖରାପ ବାର୍ତା ପ୍ରସାରିତ ହେଉଛି । ଯାହା ଅନେକଙ୍କ ମର୍ଯ୍ୟାଦା ମଧ୍ୟ ହାନି କରୁଛି । ଫେକନୁ୍ୟଜ ବି ବଢ଼ିଚାଲିଛି । କିନ୍ତୁ ଏବେ ବହୁ ଚ୍ୟାନେଲରେ ଫାକ୍ଟଚେକ ବି କରାଯାଉଥିବାର ନଜିର ରହିଛି । ସେହିପରି ହିଂସା ବୃଦ୍ଧି ଓ ଅର୍ଥନୈତିକ ଠକେଇ ମଧ୍ୟ ସୋସିଆଲ ମିଡ଼ିଆ ଦ୍ୱାରା କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରକାଶ କରିଛନ୍ତି । ସଂସଦରେ ବି ଏସଂକ୍ରାନ୍ତୀୟ ମୋସନ ଦ୍ୱାରା ଆଲୋଚନା କରାଯାଇଛି ।