ସୋମବାର ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ,

ସୋମବାର ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ,

ସୋମବାର ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ,

ଅହମ୍ମଦାବାଦ: ବହୁ ପୁରୁଣା ନେତା ଓ ମନ୍ତ୍ରୀ ଆଶୟୀ ଥିଲେ। ଦୌଡ଼ରେ ପ୍ରଥମ ଥିବା ବି ଚର୍ଚ୍ଚା ହେଉଥିଲା। ହେଲେ ସମସ୍ତଙ୍କୁ ଚମତ୍କୃତ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭୂପେନ୍ଦ୍ର ପଟେଲ୍ ବାଜି ମାରିନେଲେ। ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ପଦରୁ ବିଜୟ ଭାଇ ରୁପାନୀଙ୍କ ଇସ୍ତଫା ପରେ କିଏ ମୁଖ୍ୟମନ୍ତ୍ରୀ ହେବ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ହେଲେ କେନ୍ଦ୍ର ନେତୃତ୍ବ ଭୁପେନ୍ଦ୍ରଙ୍କ ଉପରେ ବଶ୍ବାସ ପ୍ରକଟ କରିଥିଲେ। ସମସ୍ତଙ୍କୁ ଚକ୍କିତ କରି ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ। ଘୋଟଲଡିୟା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଆସିଥିବା ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ହେବା ପୂରା ବିଜେପି ନେତା ଓ କର୍ମୀଙ୍କ ମହଲରେ ଆଶ୍ଚର୍ୟ୍ୟର ଘଟଣା ଥିଲା। ଏହି ଘୋଷଣା ପରେ ଭୂପେନ୍ଦ୍ର ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ନେବେ। ସିଭିଲ୍ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଭୂପେନ୍ଦ୍ର ପାଟିଦାର ସମୁଦାୟର ବୋଲି ଜଣାପଡ଼ିଛି। ସେ ମଧ୍ୟ ସର୍ଦ୍ଦାରଧାମ ପାଟିଦାର ସଂଗଠନ ଓ ବିଶ୍ବ ଉମିୟା ଫାଉଣ୍ଡେନ୍ର ମଧ୍ୟ ଟ୍ରଷ୍ଟି ଅଛନ୍ତି। ଅହମ୍ମଦାବାଦ ମ୍ୟୁନିସ୍ପାଲିଟି କର୍ପୋରେସନ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦରେ ମଧ୍ୟ ଥିଲେ। ସେ ମଧ୍ୟ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲଙ୍କ ନିକଟତମ ଥିବା କୁହାଯାଉଛି। 

ବିଜୟ ରୂପାନୀ ତାଙ୍କ ନାମ ଘୋଷଣା କରିବା ପରେ ପାର୍ଟିର ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ। ଫଳରେ ସେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ। ୨୦୧୭ରେ ଘୋଟଲଡିୟା ନିର୍ବାଚନମଣ୍ଡଳୀରୁ ସେ ପ୍ରାୟ ୧ ଲକ୍ଷ ୧୭ ହଜାର ଭୋଟ୍ରେ ନିର୍ବାଚିତ ହୋଇଥିଲେ।