ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ୍

ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ୍

ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ୍

ନୂଆଦିଲ୍ଲୀ: ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ଗୁରୁବାର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ୍ କରିଛନ୍ତି । ଦଳରେ ତାଙ୍କର ଭୁମିକା ସମ୍ପର୍କରେ  ଆଲୋଚନା କରିଥିବା ସୂଚନା ମିଳିଛି । ଆସନ୍ତା ବର୍ଷ ରାଜ୍ୟରେ  ବିଧାନସଭା ନିର୍ବାଚନ ଥିବାରୁ ଏ ସମ୍ପର୍କରେ ଆଲୋଚନା ହୋଇଥିବାର ପ୍ରକଶ ପାଇଛି ।ଜ୍ୟୋତିରାଦିତ୍ୟ ସିନ୍ଧିଆ,ଜିତିନ୍ ପ୍ରସାଦ, ଆରପିଏନ୍ ସିଂହ ଭଳି ରାହୁଲ ଗାନ୍ଧୀଙ୍କର ସମସ୍ତ ଘନିଷ୍ଠ ସହଯୋଗୀ ଦଳ ଛାଡିଥିଲାବେଳେ କେବଳ ସଚିନ ହିଁ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ସହ ତାଙ୍କ ସମ୍ପର୍କ ଭଲ ନ ଥିଲେ ସୁନ୍ଧା ଗତ ଦୁଇ ବର୍ଷ ଧରି ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।

ଅପରପକ୍ଷରେ ପ୍ରଶାନ୍ତ କିଶୋରଙ୍କୁ ନେଇ  କଂଗ୍ରେସର ବିଚାରବିମର୍ଶ ଜାରି ରହିଛି । ତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ଗ୍ରହଣ କରାଯିବ ବୋଲି କେହି କେହି  କହୁଥିବାବେଳେ ପ୍ରଶାନ୍ତ ନିଃସର୍ତ୍ତରେ ଦଳରେ ଯୋଗଦେବେ ବୋଲି  ଆଉ କିଛି ନେତା ମନ୍ତବ୍ୟକ୍ତ କରୁଛନ୍ତି ।