ସେଞ୍ଚୁରୀ ମାରିଲା ପିଆଜ ଦର
ସେଞ୍ଚୁରୀ ମାରିଲା ପିଆଜ ଦର
admin
Nov 25, 2019 - 09:24
Updated: Nov 25, 2019 - 09:24
ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ ଚିନ୍ତା କରାଯାଇପାରେନା । ପିଆଜ କାଟିଲେ ଲୁହ ବାହାରିବା ଥୟ । ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି । ସେଞ୍ଚୁରୀ ମାରିଲା ପିଆଜ ଦର । ଆଜି ବି ରାଜ୍ୟରେ ପିଆଜ ଦର ୯୦ ଉପରେ । ବିଭିନ୍ନ ପ୍ରମୁଖ ସହରରେ ତ ଦର ୧୦୦ ଟଙ୍କା ରହିଛି । ଭୁବନେଶ୍ୱରରେ ୯୦ ଟଙ୍କାରେ ପିଆଜ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁରରେ ପିଆଜ କିଲୋ ଶହେ ରହିଛିି । ବାଲେଶ୍ୱର, ଜୟପୁର ପିଆଜ ବଜାରରେ ବି ଗ୍ରାହକଙ୍କ ପକେଟ ଖାଲି ହେଉଛି ।
ପିଆଜ ଦରକୁ ନେଇ ସାରା ଓଡ଼ିଶାରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି । ବ୍ୟବସାୟୀଙ୍କ କହିବା ଅନୁସାରେ ଏଭଳି ଦର ଡିସେମ୍ବର ୧୫ ତାରିଖ ଯାଏଁ ଲାଗି ରହିପାରେ । ତା’ପରେ ଯାଇ ସ୍ୱାଭାବିକ ଅବସ୍ଥା ଫେରିବ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଉଛି-ପିଆଜ ଭଳି ଏକ ଦୈନନ୍ଦିନ ଆବଶ୍ୟକ ଖାଦ୍ୟ ପଦାର୍ଥର ଏଭଳି ସଂକଟରେ ମୁକାବିଲା କରିବାକୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ ।