ସୁସ୍ଥତା ନିମନ୍ତେ ମହୁ ସେବନ
ସୁସ୍ଥତା ନିମନ୍ତେ ମହୁ ସେବନ
admin
Dec 10, 2019 - 12:13
Updated: Dec 10, 2019 - 12:13
ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ କୁନି ପିଲାଙ୍କୁ ନିୟମିତ ଶୁଦ୍ଧ ମହୁ ସେବନ କରାଯାଇଥାଏ । ଯୁବ ଓ ବୟସ୍କ ପିଢ଼ି ମଧ୍ୟ ପ୍ରତ୍ୟହ ମହୁ ସେବନ କରିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ପ୍ରାଚୀନ ସମୟରୁ ଭାରତରେ ମହୁକୁ ପୂଜାର୍ଚ୍ଚନାରେ ବ୍ୟବହାର କରାଯିବ ସହ କେତୋଟି ବ୍ୟଞ୍ଜନରେ ମଧ୍ୟ ଏହା ଉପଯୋଗ କରାଯାଇଥାଏ । ସୁସ୍ଥ ଜୀବନ ଶୈଳୀ ନିମନ୍ତେ ମହୁର ଉପଯୋଗିତା ରହିଥିବାର ବିଶେଷଜ୍ଞଙ୍କ ମତ । ଖିର ପିଉଥିଲେ, ମିଲକ ସେକ୍, ଫଳରସରେ ଆପଣ ଚିନି ପରିବର୍ତ୍ତେ ମହୁର ବ୍ୟବହାର କରନ୍ତୁ । କାରଣ ଚିନିଠାରୁ ମହୁ ଖୁବ କମ୍ କ୍ୟାଲୋରି ଯୁକ୍ତ ହୋଇଥିବା ବେଳେ ଆମେ ଶରୀରକୁ ମଧ୍ୟ ଶକ୍ତି ଯୋଗାଇଥାଏ ।
ମହୁରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ସହ ବି-୧, ବି-୨, ବି-୫, ବି-୬ ଇତ୍ୟାଦି ଥିବା ବେଳେ ତାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।
ଆଣ୍ଟିଅକ୍ସିଡାଣ୍ଟର ସ୍ରୋତ ଭାବେ ଜଣାଯାଉଥିବା ମହୁ କର୍କଟ ଭଳି ରୋଗ ହେବାର ଆଶଙ୍କାକୁ ଯଥେଷ୍ଟ କମ କରେ । ବିଶେଷଜ୍ଞଙ୍କ ମତରେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ମହୁ ପରିବର୍ତ୍ତେ ଶୁଦ୍ଧ ମହୁ ଯୋଗାଡ଼ କରି ସେବନ କରିବା ହିତକାରୀ ।
ଦୈନିକ ୧ ଚାମଚ ମହୁକୁ ନଖ ଉଷୁମ ପାଣିରେ ମିଶାଇ ପିଇଲେ ତାହା ଶରୀରର ମେଟାବୋଲିଜିମ୍ କ୍ଷମତା ବୃଦ୍ଧି କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି ।