ସୁଆର, ମହାସୁଆର ନିଯୋଗ ସଂପାଦକଙ୍କୁ ଗୁଳିକରି ହତ୍ୟା

ସୁଆର, ମହାସୁଆର ନିଯୋଗ ସଂପାଦକଙ୍କୁ ଗୁଳିକରି ହତ୍ୟା

ସୁଆର, ମହାସୁଆର ନିଯୋଗ ସଂପାଦକଙ୍କୁ ଗୁଳିକରି ହତ୍ୟା

ପୁରୀ: ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ଗୁଳି କରି ହତ୍ୟା। ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ  ଆଜି ପୁରୀ ବାରବାଟୀ ନିକଟରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆଜି କୃଷ୍ଣଚନ୍ଦ୍ର ପୁରୀ ନିକଟ ବାରବାଟୀ ଯାଇଥିବା ବେଳେ ସେଠାରେ ଉନ୍ନୟନମୂଳକ କାମର ତଦାରଖ କରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ମୁଣ୍ଡକୁ ଗୁଳି କରିଥିଲେ। ଗୁଳିଟି ମୁଣ୍ଡରେ ବାଜିବାରୁ  କୃଷ୍ଣଚନ୍ଦ୍ର ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୃଷ୍ଣଚନ୍ଦ୍ର  ଆଜି ସକାଳେ ବାରବାଟୀ ଚଉତରା ପାହାଚରେ  ଉପସ୍ଥିତ ଥିବା ବେଳେ ସେଠାରେ ୨ ଦୁର୍ବୃତ୍ତ ଏକ ବାଇକ୍ରେ ପହଞ୍ଚିଥିଲେ। ଏହାପରେ ସେମାନେ  କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ୨ ରାଉଣ୍ଡ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। କିନ୍ତୁ ଘଟଣାସ୍ଥଳରୁ ୩ ରାଉଣ୍ଡ ଖୋକା ମିଳିଥିବାରୁ ୩ଟି ଗୁଳି ଫୁଟା ଯାଇଥିବା ସୂଚନା ମିଳିଛି। ଫରେନସିକ ଟିମ୍ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜିରୋ ରେଞ୍ଜରୁ ଗୁଳି ଫୁଟିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ଏହି ଘଟଣା ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।  ଖବର ପାଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟାଉନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି।  ପୂର୍ବ ଶତ୍ରୁତାରୁ ଏଭଳ ହତ୍ରା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ କୁହାଯାଉଛି। କୃଷ୍ଣଚନ୍ଦ୍ର ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ପୁରୀରେ ଶୋକର ଛାୟା ଖେଳି ଯାଇଛି।

ଏହି ଘଟଣାକୁ ଅତି ଗୁରୁତର ସହ ନିଆଯାଇଛି। ଅଭିଯୁକ୍ତଙ୍କୁ ଧରିବାକୁ ତ୍ୱରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ଏହା ଏକ ଚ୍ୟାଲେଞ୍ଜିଂ କେସ୍ ହୋଇଥିବା ବେଳେ ଏହାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିବା ଗଣମାଧ୍ୟମକୁ କହିଛନ୍ତି ପୁରୀ ଏସ୍ପି।