ସିଏଏ ବିରୋଧରେ ସୋନିଆଗାନ୍ଧୀଙ୍କ ବୟାନ ।
ସିଏଏ ବିରୋଧରେ ସୋନିଆଗାନ୍ଧୀଙ୍କ ବୟାନ ।
admin
Feb 25, 2020 - 06:20
Updated: Feb 25, 2020 - 06:20
ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀରେ ହୋଇଥିବା ହିଂସା ଉପରେ କଂଗେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଦିଲ୍ଲୀର ଜନତାଙ୍କୁ ସାଂପ୍ରଦାୟିକ ସଦଭାବ ଜାରି ରଖିବା ସହ ଦେଶକୁ ଧର୍ମ ଅନୁସାରେ ବାଣ୍ଟୁଥିବା ବଳ ଭୁଲ ବୋଲି କହିଛନ୍ତି । ଏକ ବୟାନରେ ସୋନିଆ ଗାନ୍ଧୀ କହିଛନ୍ତି କି ହିଂସାରେ ମୃତ ମୁଖ୍ୟ କନଷ୍ଟେବଳ ରତନ ଲାଲଙ୍କ ପାଇଁ ଗଭୀର ଶୋକ ଜଣାଉଛି । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଉଛି । ସୋନିଆ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି, କୌଣସି ପ୍ରକାରର ହିଂସାରେ ଭାଗ ନନିଅନ୍ତୁ । ଗାନ୍ଧିଜୀ ହିଂସାକୁ ପ୍ରଶୟ ଦେଇ ନଥିଲେ । କିଛି ଲୋକ ଭାରତକୁ ବିଭାଜନ କରିବାକୁ ଚାହୁଁଛନ୍ତି ।
ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ସୋମବାର ହୋଇଥିବା ସିଏଏ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଯୋଗୁଁ ମୁଖ୍ୟ କନଷ୍ଟେବଳ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଗୃହ ମନ୍ତ୍ରାଳୟର ସୋମବାର ବିଳମ୍ବିତ ରାତି ବୈଠକ ବସିଛି । ଏଥିରେ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏହି ବୈଠକ ପରେ ଗୃହ (ରାଷ୍ଟ୍ରମନ୍ତ୍ରୀ) ଜି କିଶନ ରେଡ୍ଡୀ କହିଛନ୍ତି, ସରକାର ହିଲ୍ଲୀରେ ହିଂସାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ନିଜେ ଗୃହମନ୍ତ୍ରୀ ଦିଲ୍ଲୀର ସୁରକ୍ଷା ଦାୟିତ୍ୱ ନେବେ । ଦିଲ୍ଲୀ ହିଂସାରେ ଅନେକ ସୁରକ୍ଷାକର୍ମୀ ସମେତ ଅତି କମରେ ୫୦ ଜଣ ଲୋକ ଆହତ ହୋଇଛନ୍ତି । ଶାହଦରା ପୋଲିସ ଉପାୟୁକ୍ତ (ଡିସିପି) ଅମିତ ଶର୍ମା ଓ ଏସିପି (ଗୋକୁଳପୁରୀ) ଅନୁଜ କୁମାରଙ୍କ ସମେତ ୧୧ ଜଣ ପୋଲିସ କର୍ମଚାରୀ ପ୍ରଦର୍ଶନକାରୀଙ୍କୁ କାବୁ କରିବା ସମୟରେ ଆହତ ହୋଇଛନ୍ତି । ସିଆରପିଏଫ ଯବାନର ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ହିଂସା ସମୟରେ ପ୍ରଦର୍ଶନକାରୀମାନେ ଗୃହ, ଦୋକାନ, ବାହନ ଓ ଏକ ପେଟ୍ରୋଲ ପମ୍ପ ଉପରକକୁ ପଥରମାଡ଼ କରିଥିଲେ ।