ସାବଧାନ ! ବସରେ ମହିଳାଙ୍କ ସିଟରେ ବସିଲେ ଦେବାକୁ ପଡିବ ଜୋରିମାନା

ସାବଧାନ ! ବସରେ ମହିଳାଙ୍କ ସିଟରେ ବସିଲେ ଦେବାକୁ ପଡିବ ଜୋରିମାନା

ସାବଧାନ ! ବସରେ ମହିଳାଙ୍କ ସିଟରେ ବସିଲେ ଦେବାକୁ ପଡିବ ଜୋରିମାନା
ଭୁବନେଶ୍ୱର - ଘରୋଇ ଓ ସରକାରୀ ବସ୍ରେ ମହିଳା ଯାତ୍ରୀମାନେ ଯେଭଳି ଅସଦାଚରଣର ଶିକାର ହେବେ ନାହିଁ, ସୁରକ୍ଷିତ ଯାତ୍ରା କରିବେ ତା' ଉପରେ କମିସନରେଟ୍ ପୁଲିସ ଗୁରୁତ୍ୱାରୋପ କରିଛି । ଏଥିପାଇଁ ମଙ୍ଗଳବାର ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଘରୋଇ ବସ୍ ମାଲିକ ସଂଘ ଓ ସରକାରୀ ବସ୍ (ମୋ ବସ୍) ପରିଚାଳନା କରୁଥିବା କ୍ରୁଟ୍ର ଏମ୍ଡି ଅରୁଣ ବୋଥ୍ରାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପୁଲିସ ସେବା ଭବନ ପରିସରରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଧିକାଂଶ ସମୟରେ ମହିଳାମାନେ ବସ୍ରେ ଛିଡ଼ା ହୋଇ ଯାଉଥିବାରୁ ଅସଦାଚରଣର ସମ୍ଭାବନା ରହୁଛି । ଏଣୁ ମହିଳାମାନେ ଯାତ୍ରା କଲା ବେଳେ ଯେଭଳି ବସିକି ଯିବେ, ତାହା ନିଶ୍ଚିତ କରାଯିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା । ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସିଟ୍ରେ ପୁରୁଷମାନେ ବସିଲେ ଏଥର ଜରିମାନା ଦେବାକୁ ପଡ଼ିବ । ଏ ଦିଗରେ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ବସ୍ରେ ଅସଦାଚରଣର ଶିକାର ହେଉଥିବା ମହିଳାଙ୍କ ପାଇଁଏକ ସ୍ୱତନ୍ତ୍ର ଫୋନ୍ ନମ୍ବର ଜାରି କରାଯିବ । ମହିଳାମାନେ ସେହି ନମ୍ବରରେ ଯୋଗାଯୋଗ କଲେ ତୁରନ୍ତ ସହାୟତା ପାଇପାରିବେ । ସେହି ନିର୍ଦ୍ଧିଷ୍ଟ ଫୋନ୍ ନମ୍ବର ସମସ୍ତ ବସ୍ରେ ଦେଖି ପାରିବା ଭଳି ସ୍ଥାନରେ ଲେଖାଯିବ । ଏହି ନମ୍ବର ମଧ୍ୟ ଖୁବ୍ଶୀଘ୍ର ଯାତ୍ରୀଙ୍କ ସୂଚନା ପାଇଁ ପ୍ରଦାନ କରାଯିବ ।