ସାନଭଉଣୀକୁ ହତ୍ୟା ପରେ ବଡ ଭଉଣୀର ଆତ୍ମହତ୍ୟା
ସାନଭଉଣୀକୁ ହତ୍ୟା ପରେ ବଡ ଭଉଣୀର ଆତ୍ମହତ୍ୟା
ବାଂଶପାଳ : ସାନଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବଡ଼ଭଉଣୀ ଫ୍ୟାନ ହୁକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ । ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ମାନସିକ ଭାରସାମ୍ୟ ହରାଇ ବଡ଼ଭଉଣୀ ଏଭଳି କାଣ୍ଡ ଭିଆଇଥିବା ସନେ୍ଦହ କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଫୁଲଝର ଗ୍ରାମର ଭିକାରି ଦେହୁରୀ ଏବଂ ତାଙ୍କ ପନôୀ କାମ କରିବାକୁ ବିଲକୁ ଯାଇଥିଲେ । ଘରେ ଥିଲେ ବଡ଼ଝିଅ କ୍ଷୀର ଏବଂ ସାନଝିଅ ଋକ୍ମିଣୀ ଥିଲେ । ଋକ୍ମିଣୀ ଯୁକ୍ତ ୨ ଛାତ୍ରୀ । କ୍ଷୀର ସାମାନ୍ୟ ମାନାସିକ ନୂ୍ୟନ ଥିଲେ । ବାପାମା’ ବିଲକୁ ଯିବା ପରେ ଦେହ ଭଲ ଲାଗୁନଥିବାରୁ ଋକ୍ମିଣୀ ଘରେ ଶୋଇଥିଲେ । ଏହି ସମୟରେ ବଡ଼ଭଉଣୀ କ୍ଷୀର ଏକ ଟାଙ୍ଗିଆରେ ତାଙ୍କ ବେକକୁ ଚୋଟ ପକାଇଥିଲା । ଫଳରେ ମୁଣ୍ଡରୁୁ ଗଣ୍ଡି ଅଲଗା ହୋଇଯାଇଥିଲା । ସାନଭଉଣୀର ମୃତୁ୍ୟ ଘଟିବା ପରେ କ୍ଷୀର ଫ୍ୟାନ ହୁକରେ ରଶି ଲଗାଇ ଝୁଲି ପଡ଼ିଥିଲେ । ସନ୍ଧ୍ୟା ୭ଟାବେଳେ ବାପାମା’ ଘରକୁ ଫେରିବାବେଳକୁ କବାଟ ଭିିତର ପଟୁ ବନ୍ଦ ରହିଥିଲା । ଗ୍ରାମବାସୀଙ୍କ ସହଯୋଗରେ କବାଟ ଭାଙ୍ଗିଲା ବେଳକୁ ଋକ୍ମିଣୀଙ୍କ ରକ୍ତାକ୍ତ ଶବ ଚଟାଣରେ ପଡ଼ିଥିଲା । କ୍ଷୀରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇ ସରପଞ୍ଚ ଝରଣା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଛନ୍ତି ।




admin 