ସାଧାରଣତନ୍ତ୍ର ଦିବସରେ ପରାକ୍ରମ ଦେଖାଇବ ନାରୀଶକ୍ତି
ସାଧାରଣତନ୍ତ୍ର ଦିବସରେ ପରାକ୍ରମ ଦେଖାଇବ ନାରୀଶକ୍ତି
ଭୁବନେଶ୍ୱର : ଜାନୁଆରୀ ୨୬ତାରିଖରେ ଦେଶ ପାଳିବ ୭୪ତମ ସାଧାରଣତନ୍ତ୍ର ଦିବସ । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡିବ । ଏହାକୁ ଆହୁରି ସୁନ୍ଦର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଭାରତୀୟ ନାରୀଶକ୍ତିି ବିଷୟବସ୍ତୁକୁ ନେଇ ପରିକଳ୍ପନା କରାଯାଇଛି । ଏଥିପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ବନ୍ଦେ ଭାରତମ୍ ନାମରେ ଏକ ସାଂସ୍କୃତିକ ନୃତ୍ୟ-ଗୀତର ଉତ୍ସବ ଅନୁଷ୍ଠିତ ହେବେ । ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରମୁଖ ନୃତ୍ୟଗୁରୁ ନିବେଦିତା ମହାପାତ୍ର, କବିତା ଦ୍ୱିବେଦୀ, ଜୟପ୍ରଭା ମେନେନ୍ ଏବଂ ଭାବିନ୍ ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ସେମାନଙ୍କ ସଂଯୋଜନାରେ ସମଗ୍ର ଦେଶରୁ ୧୮ରୁ ୩୦ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗର ୫୧୨ଜଣ ନୃତ୍ୟଶିଳ୍ପୀ ଓ କଳାକାର ଭାଗ ନେଇଥିବାବେଳେ ଓଡିଶାରୁ ୧୮ଜଣ ନୃତ୍ୟଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି । ବିଶେଷକରି ଦଳଗତ ନୃତ୍ୟଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି । ବିଶେଷ କରି ଦଳଗତ ନୃତ୍ୟ, ଏକକ ନୃତ୍ୟ, ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହିତ ଓଡିଶାର ଘୁମୁରା ନୃତ୍ୟ, ପୁରୀର ସାହିଯାତ ଏବଂ ଓଡିଶୀ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ଶିଷ୍ୟଙ୍କ ଦ୍ୱାରା ଓଡିଶୀ ନୃତ୍ୟ ସହିତ ବିଭିନ୍ନପ୍ରକାର ନୃତ୍ୟଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି ।




admin 