ସାତକୋଶିଆରେ ୨ କଲରାପତରିଆ ବାଘ ମୃତ
ସାତକୋଶିଆରେ ୨ କଲରାପତରିଆ ବାଘ ମୃତ
ଅନୁଗୁଳ : ରାଜ୍ୟରେ ଅସୁରକ୍ଷିତ ବନ୍ୟଜନ୍ତୁ। ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ ୨ଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି। ପମ୍ପାସର ରେଞ୍ଜ କୁଲାଙ୍ଗୀ ନିକଟ ଏକ ନାଳ ପାଖରୁ କଲରାପତରିଆଙ୍କ ମୃତଦେହ ଠାବ ହୋଇଛି । ଗୋଟିଏ ବାଘର ବୟସ ୪ ବର୍ଷ ହୋଇଥିବା ବେଳେ ଆଉ ଗୋଟିଏ ବାଘ ଛୁଆର ବୟସ ବର୍ଷେ ହେବ ବୋଲି ଜଣାପଡ଼ିଛି ।
ସୂଚନାନୁଯାୟୀ, ୧୦ ରୁ ୧୨ ଦିନ ତଳେ ଏହି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଶରୀର ଡି କମ୍ପୋଜ୍ ଅବସ୍ଥାରେ ରହିଛି। ବନ ବିଭାଗ ଏହି ବାଘଙ୍କ ପୋଷ୍ଟମର୍ଟମ କରି ସାମ୍ପୁଲ ଓ.ୟୁ.ଏ.ଟିକୁ ପଠାଇଛି। ତେବେ ବାଘକୁ କେହି ମାରିଛି ନା ସ୍ଵାଭାବିକ ମୁତ୍ୟୁ ହୋଇଛି ତାଜା ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି କହିଛନ୍ତି ସାତକୋଶିଆ R.C.C.F ।




admin 