ସାଇଲେଂଟ ଭାଇପର ସଫଳ ହୋଇଛି : କମିଶନର

ସାଇଲେଂଟ ଭାଇପର ସଫଳ ହୋଇଛି : କମିଶନର

ସାଇଲେଂଟ  ଭାଇପର ସଫଳ ହୋଇଛି : କମିଶନର
ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ସୋମବାର କମିଶନରେଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ଗିରଫ କରାଯାଇଛି । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଞ୍ଚଳରେ ଏକ କାର ଭିତରେ ଗଣଦୁଷ୍କର୍ମ ଘଟିଥିଲା । ଅଭିଯୁକ୍ତମାନେ ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ । ୩/୪ ଘଣ୍ଟା ଧରି ଅମାନୁଷିକ ଭାବେ ଜଘନ୍ୟ କାଣ୍ଡ ଘଟାଇଥିଲେ । ଗଣଦୁଷ୍କର୍ମ ପରେ ଫେରାର ବିବନ ପୁଣେରେ ରହୁଥିଲା । ପୁଣେ ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା । ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଇପ ମିସ୍ତ୍ରୀଭାବେ କାମ କରୁଥିଲା । ପରିଚୟପତ୍ର, ଆଧାରକାର୍ଡ ଓ ପାସବୁକ ଜଳନ୍ଧର ନାମରେ କରିଥିଲା । ୩ ମାସ ତଳେ ସାଇଲେଣ୍ଟ ଭାଇପର ଅଭିଯାନ କରୁଥିଲୁ । ଯାହା ସିବିଆଇ କରିପାରିନଥିଲା ଆମେ ତାହା କରି ସଫଳ ହେଲୁ । ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ । ବିବନକୁ ଗିରଫ କରିବା ଓଡ଼ିଶା ପୁଲିସ ପାଇଁ ବଡ଼ ସଫଳତା ବୋଲି ସିପି କହିଛନ୍ତି ।