ସ୍ଵାମୀ-ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା
ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ମୁନି ସବିର ବାଲିପଡ଼ିଆ ଠାରେ ପଦାରେ ସ୍ଵାମୀ-ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଛି।
ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି ସାହି ଘର ଠାରୁ ୫ ଶହ ମିଟର ଦୂର ମୁନି ସବିର ବାଲିପଡ଼ିଆ ଠାରେ ଏକ ଫାର୍ମ ହାଉସ କରିଛନ୍ତି । ବୁଧବାର ରାତି ୯ଟାରେ ଉଭୟ ସ୍ଵାମୀ ସ୍ତ୍ରୀ ଫାର୍ମ ହାଉସକୁ ଆସିଥିଲେ । ତେବେ ଫାର୍ମ ହାଉସରେ ଉଭୟଙ୍କ ବେକକୁ ଗଳାକାଟି କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିଲେ । ସ୍ଵାମୀ ସ୍ତ୍ରୀଙ୍କ ଚିତ୍କାର ଶୁଣି ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ ହତ୍ୟାର କାରଣ ଜଣାପଡି ନାହିଁ।




admin 