ସରିଲା ମାଟ୍ରିକ ପରୀକ୍ଷା, ୧୮ରୁ ଖାତାଦେଖା

ସରିଲା ମାଟ୍ରିକ ପରୀକ୍ଷା, ୧୮ରୁ ଖାତାଦେଖା

ସରିଲା ମାଟ୍ରିକ ପରୀକ୍ଷା, ୧୮ରୁ ଖାତାଦେଖା
ଆଜି ସରିଲା ମାଟ୍ରିକ ପରୀକ୍ଷା । ତେବେ ପରୀକ୍ଷା ପରେ ଏବେ ଖାତା ଦେଖା ଚିନ୍ତାରେ ବୋର୍ଡ କତୃପକ୍ଷ । ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି । ତେବେ ଖାତା ଦେଖାରେ ୧୫ ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟୋଜିତ ହେବେ । ଫେବୃଆରୀ ୧୧୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା। ମୋଟ୍ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୪୭ ହଜାର ପରୀକ୍ଷାର୍ଥୀ। ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଥିଲା। ପରୀକ୍ଷା ପାଇଁ ୨ ହଜାର ୭୬୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ମୋଟ ୩୦୭ଟି ନୋଡାଲ୍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଥିଲା । ପରୀକ୍ଷା ଠିକଣା ଭାବେ ପରିଚାଳନା ପାଇଁ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସ୍କ୍ବାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା। ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଥିଲା। ସେହିପରି ପରୀକ୍ଷା ସମୟରେ ବିଭିନ୍ନ ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କେଉଠି ସିସିଟିଭି ଭାଙ୍ଗିଥିଲେ, ତ କେଉଠି ନୋଡାଲ ସେଣ୍ଟରରେ ନିଆଁ ଲାଗିଯାଇଥିଲା । ତେବେ କପି କରି ମଧ୍ୟ କିଛି ପରୀକ୍ଷାର୍ଥୀ ଧରାପଡିଛନ୍ତି। ଏବଂ ପରୀକ୍ଷାର୍ଥୀଙ୍କ ବଦଳରେ ଅନ୍ୟ କେହି ଆସି ପରୀକ୍ଷା ଦେଉଥିବା ଅଭିଯୋଗରେ ମଧ୍ୟ ଧରାପଡିଛନ୍ତି।