ସରକାର କରୋନାର ବାହନା କରୁଛନ୍ତି କହିଲେ ରାହୁଲ

ସରକାର କରୋନାର ବାହନା କରୁଛନ୍ତି କହିଲେ ରାହୁଲ

ସରକାର କରୋନାର ବାହନା କରୁଛନ୍ତି କହିଲେ ରାହୁଲ


ନୂଆଦିଲ୍ଲୀ : କୋଭିଡ୍‌ ନିୟମ ପାଳି ନ ପାରିଲେ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସ୍ୱାସ୍ଥ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାହୁଲ ଗାନ୍ଧି ଓ ଅଶୋକ ଗେହେଲଟଙ୍କୁ ଚିଠି ଲେଖିବା ପରେ ଏହାକୁ ନେଇ ରାହୁଲ କଡା ପ୍ରତିକ୍ରିୟା ରଖିଛନ୍ତି । ରାହୁଲ ଏକ ଜନସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତ ଯୋଡୋ ଯାତ୍ରାର ସଫଳତା ଦେଖି ଡରି ଯାଇଛନ୍ତି ଏବଂ ଏହାକୁ ରୋକିବା ପାଇଁ କରୋନା ବାହାନା କରୁଛନ୍ତି । ତେବେ କୌଣସି ସ୍ଥିତିରେ ବି ଯାତ୍ରା ବନ୍ଦ ହେବନାହିଁ ବୋଲି ରାହୁଲ ଘୋଷଣା କରିଛନ୍ତି । ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମଧ୍ୟ ଆଜି କେନ୍ଦ୍ର ସରକାରଙ୍କୁ ସାମାଲୋଚନା କରିଛି ।


‘ରାହୁଲଙ୍କ ଯାତ୍ରାକୁ କେନ୍ଦ୍ର ସରକାର ଆଇନ ବା ଷଡଯନ୍ତ୍ର ଦ୍ୱାରା ଯାତ୍ରା ବନ୍ଦ କରିପାରିଲେ ନାହିଁ । ତେଣୁ ଲାଗୁଛି କେନ୍ଦ୍ର ସରକାର ଏବେ ‘କୋଭିଡ-୧୯’ ଭୂତାଣୁ ଛାଡିଛନ୍ତି’ ବୋଲି ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠିକୁ ସମାଲୋଚନା କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ତ୍ରିପୁରାରେ ର‍୍ୟାଲି କରିଥିଲେ । ସେତେବେଳେ ତ କୋଭିଡ୍‌ ନିୟମ ମାନି ନ ଥିଲେ? କୋଭିଡର ଦ୍ୱିତୀୟ ଲହର ବେଳେ ବି ମୋଦି  ପଶ୍ଚିମବଙ୍ଗରେ ବିନା ମାସ୍କରେ ର‍୍ୟାଲି କରୁଥିଲେ । ଏବେ କଟକଣା କୋଉଠୁ ଆସିଲା ବୋଲି ସେ ପ୍ରଶ୍ନ କରିଥିଲେ ।