ସରକାରଙ୍କ ସମସ୍ତ ଉଦ୍ୟମ ଫେଲ : କୋଟିଆରେ ହେଲା ଆନ୍ଧ୍ର ନିର୍ବାଚନ

ସରକାରଙ୍କ ସମସ୍ତ ଉଦ୍ୟମ ଫେଲ : କୋଟିଆରେ ହେଲା ଆନ୍ଧ୍ର ନିର୍ବାଚନ

ସରକାରଙ୍କ ସମସ୍ତ ଉଦ୍ୟମ ଫେଲ :  କୋଟିଆରେ ହେଲା ଆନ୍ଧ୍ର ନିର୍ବାଚନ
କୋରାପୁଟ : ଶେଷରେ କୋଟିଆରେ ଆନ୍ଧ୍ର ନିର୍ବାଚନ ବନ୍ଦ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନର ସମସ୍ତ ଉଦ୍ୟମ ଫେଲ ମାରିଛି । ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ କୋଟିଆ ଅଞ୍ଚଳରେ ଆଜି ସକାଳ ସାଢ଼େ ୬ଟାରୁ ଆନ୍ଧ୍ରର ନିର୍ବାଚନ ଆରମ୍ଭ ହୋଇଛି। ଆନ୍ଧ୍ର ଅଧିକାରୀ ଓ ପୋଳିସର କଡ଼ା ମଧ୍ୟରେ ପାଟୁଚେନୁରୁ ଗ୍ରାମରେ ଆନ୍ଧ୍ର ନିର୍ବାଚନ ଜାରି ରଖିଛି । ଫାଟୁସିନେରି ନକ୍ସଲ ପ୍ରବଣ ହୋଇଥିବାରୁ ସକାଳ ସାଢ଼େ ୬ଟାରୁ ଦିନ ୧ଟା ପର୍ୟ୍ୟନ୍ତ ଏଠାରେ ଭୋଟ ଦାନ କରାଯାଇଛି । ଗାଡ଼ିରେ ଭୋଟରଙ୍କୁ ବୁହା ଯାଇ ଭୋଟ ପ୍ରଦାନ ପାଇଁ ଅଣାଯାଇଥିଲା। ସୂଚନା ଥାଉ କି, ଗଞ୍ଜେଇଭଦ୍ରା (ଗଞ୍ଜେଇପଦର) ଓ ପାଗୁଲଚେନୁରୁ (ଫଗୁଣସିନେରି) ରେ ଜଣେ ଲେଖାଏଁ ସରପଞ୍ଚ ପ୍ରାର୍ଥୀ ଥିବାରୁ ସେଠାରେ ପ୍ରର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ପାଟୁଚେନୁରୁ (ଫାଟୁସିନେରି) ରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ଥିବାରୁ ସେଠାରେ ଆଜି ଆନ୍ଧ୍ର ପକ୍ଷରୁ ନିର୍ବାଚନ କରାଯାଇଛି। ଆନ୍ଧ୍ର ପକ୍ଷରୁ ଗଠିତ ପାଟୁଚେନୁରୁ ପଞ୍ଚାୟତ ଅଧିନରେ ଡୋଳିଆମ୍ବ, ମାଡ଼କାର, ବର୍ଣ୍ଣାପାଡ଼ୁ, ଫାଟୁସିନେରି ଓ କନାଦୋରା ଗ୍ରାମ ସାମିଲ କରିଥିବାବେଳେ ଏଠାରେ ୧୦୨୫ ଜଣଙ୍କ ନାମ ଆନ୍ଧ୍ର ଭୋଟର ତାଳିକାରେ ପଞ୍ଜିକୃତ ହୋଇଛି। ସେମାନଙ୍କ ମଧ୍ୟରେ ମହିଳା ଭୋଟର ୫୪୦ ଥିବାବେଳେ ପୁରୁଷ ଭୋଟର ୪୮୫ ଜଣ ଅଛନ୍ତି।