ସାବଧାନ! ଆପଣଙ୍କ ଏହି ଖରାପ ଅଭ୍ୟାସ କରିଦେବ କାଙ୍ଗାଳ

vastu tips

ସାବଧାନ! ଆପଣଙ୍କ ଏହି ଖରାପ ଅଭ୍ୟାସ କରିଦେବ କାଙ୍ଗାଳ

ଅନେକ ସମୟରେ ଆପଣ କଠିନ ପରିଶ୍ରମ ସତ୍ତ୍ୱେ ସଠିକ୍ ଫଳ ପାଆନ୍ତି ନାହିଁ। ତେଣୁ ଏହାର ଅର୍ଥ ଅଜାଣତରେ ଆପଣ ଜୀବନଶୈଳୀରେ କିଛି ଭୁଲ୍ କରୁଛନ୍ତି ଯାହା ହେତୁ କାର୍ୟ୍ୟ ନଷ୍ଟ ହେଉଛି। ତେଣୁ ଚାଲନ୍ତୁ ଜାଣିବା ଏପରି କିଛି ଜିନିଷ ବିଷୟରେ ଯାହା ଦ୍ୱାରା ଆପଣଙ୍କ ଜୀବନରେ ଥିବା ବାଧାଗୁଡିକ ଦୂର ହୋଇପାରିବ।


କେଉଁ କାରଣରୁ ଆସିଥାଏ କାଙ୍ଗାଳ :

-ବାସ୍ତୁ ଶାସ୍ତ୍ରରେ ପୂର୍ବ ଏବଂ ଉତ୍ତର ଦିଗକୁ ବହୁତ ଶୁଭ ବୋଲି କୁହାଯାଏ। ତେଣୁ ଏହି ଦିଗରେ ଜୋତା ବା ଚପଲ କାଢିବା ଉଚିତ୍ ନୁହେଁ । ଶୋଇବା ଘରେ କେବେବି ଜୋତା ରଖିବା ଉଚିତ୍ ନୁହେଁ। କାରଣ ଏହା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅନେକ ଝଗଡା ସୃଷ୍ଟି କରିଥାଏ।

-ଯଦି ଘରେ ବନ୍ଦ ରହିଥିବା ଘଣ୍ଟା ରହିଥାଏ, ତେବେ ଏହାକୁ ବାହାର କରନ୍ତୁ କିମ୍ବା ସେଥିରେ ଏକ ନୂତନ ବ୍ୟାଟେରି ପକାଇ ସଠିକ୍ ସମୟ ସ୍ଥିର କରି କାନ୍ଥରେ ଟାଙ୍ଗନ୍ତୁ। ଏହା ବ୍ୟତୀତ ପୁରୁଣା କ୍ୟାଲେଣ୍ଡର ମଧ୍ୟ ଘରେ ଟଙ୍ଗାନ୍ତୁନି। ଏହି ସବୁ ଜିନିଷ ଦ୍ୱାରା ଘରେ ନକାରାତ୍ମକତା ବ୍ୟାପିଥାଏ।

-ଅଳିଆ କିମ୍ବା ଡଷ୍ଟବିନକୁ ମୁଖ୍ୟ ଦ୍ୱାରରେ ରଖିବା ଉଚିତ ନୁହେଁ। କାରଣ ଏଠାରୁ ହିଁ ଦେବତାମାନଙ୍କର ଆଗମନ ହୁଏ। ଏହା ଘରେ ନକାରାତ୍ମକତା ଆଣିଥାଏ। ତେଣୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

-ଏହା ବ୍ୟତୀତ ବରଗଛରେ ଲାଲ୍ ଚୁନିରେ ଏକ ନଡ଼ିଆକୁ ବାନ୍ଧି ଟାଙ୍ଗନ୍ତୁ। ଏହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ଆପଣ ସକାରାତ୍ମକ ହେବେ। ଅନ୍ୟ ପଟେ, ଯଦି ଆପଣ ବର ଗଛ ତଳେ ଘିଅର ଦୀପ ଜାଳନ୍ତି, ତେବେ ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ।