ସତର୍କ ଦୃଷ୍ଟି ରଖନ୍ତୁ ସିଇଓ:ନିରଞ୍ଜନ
ସତର୍କ ଦୃଷ୍ଟି ରଖନ୍ତୁ ସିଇଓ:ନିରଞ୍ଜନ
admin
Apr 21, 2019 - 09:47
Updated: Apr 21, 2019 - 09:47
ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ଏକାଧିକ ନିର୍ବାଚନୀ ହିଂସାକାଣ୍ଡ ଘଟିଲାଣି । ଉଭୟ ବିଜେପି ଏବଂ ବିଜେଡି ଅପରାଧୀଙ୍କୁ ପ୍ରୋସôାହିତ କରୁଛନ୍ତି । ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନିଜକୁ ନିରାପଦ ମନେ କରୁନାହାନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଆଗକୁ ଦୁଇ ପର୍ଯ୍ୟାୟ ନିର୍ବାଚନ ବାକିଥିବାରୁ ରାଜ୍ୟର ମୁଖ୍ୟ ନିର୍ବାଚନ ବାକିଥିବାରୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ସେ ନିବେଦନ କରିଛନ୍ତି । ଏକ ପ୍ରେସ ବିବୃତିରେ ନିରଞ୍ଜନ କହିଛନ୍ତି, ଏବେ ରାଜ୍ୟର ପ୍ରତି ଗାଁରେ ଅବାଧରେ ନିଶା କାରବାର ଚାଲିଛି । ସରକାର ମଦ ବ୍ୟବସାୟକୁ ପ୍ରୋସôାହିତ କରୁଛନ୍ତି । ଫଳରେ ସାମାଜିକ ବିଶୃଙ୍ଖଳା ଏବଂ ଅପରାଧ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଅପରାଧ ନିୟନ୍ତ୍ରଣ ଦିଗରେ ପୁଲିସ ପ୍ରଶାସନ ସ୍ଥାଣୁ ପାଲଟିଛି । ନିର୍ବାଚନ ସମୟରେ ମଧ୍ୟ ନିଶା କାରବାରକୁ ରୋକିବାରେ ପ୍ରଶାସନ ସମ୍ପର୍ଣ୍ଣ ବିଫଳ ହୋଇଛି ବୋଲି ନିରଞ୍ଜନ କହିଛନ୍ତିି । ଏଥିସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଓ ବିଜେପିକୁ ଟାର୍ଗେଟ କରି କହଛନ୍ତି, ଉଭୟ ଦଳ ଭୋଟରଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମିଛ ପ୍ରତିଶୁତି ଦେଇ ଭୋଟ ମାଗିବାରେ ଲାଗିଛନ୍ତି ।
ଏବେ ସେମାନେ ଯେଉଁଭଳି ଲୋଭନୀୟ ପ୍ରତିଶ୍ରୁତି ଦେଉଚନ୍ତି, ତାହା ଆଗରୁ କାହିଁକି କରାଯାଉନଥିଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏହି ଦୁଇ ଦଳ ସେମାନଙ୍କ ସମସ୍ତ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ କ୍ଷମତା ଦଖଲ କରିବାକୁ ଚାହୁଛନ୍ତି । ଜନସାଧାରଣ ଚଳିତ ନିର୍ବାଚନରେ ବିବେକବନ୍ତ ଭାବରେ ସେମାନଙ୍କ ଲୋକ ପ୍ରତିନିଧି ବାଛିବାକୁ ସେ ନିବେଦନ କରିଛନ୍ତି ।