ସଟର ତାଡି ବ୍ୟାଙ୍କ ଲୁଟିଲେ ଲୁଟେରା
ସଟର ତାଡି ବ୍ୟାଙ୍କ ଲୁଟିଲେ ଲୁଟେରା
ଚୌଦ୍ଵାର : ଚୌଦ୍ଵାର ଥାନା ବାଣିପଦା ଠାରେ ବ୍ୟାଙ୍କର ସଟର ତାଡି ଲୁଟ୍। ପଞ୍ଚାୟତ କାର୍ୟ୍ୟାଳୟ ନିକଟରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଶାଖାରୁ କେହି ଦୁର୍ବୃତ୍ତ ବ୍ୟାଙ୍କର ସଟର ତାଡି ଲୁଟ୍ ଉଦ୍ୟମ କରିଛନ୍ତି। ତେବେ ବ୍ୟାଙ୍କ ଭିତରୁ କଣ ସବୁ ଲୁଟ୍ ହୋଇଛି ତାହା ଏବେ ସୁଦ୍ଧା ଜଣାପଡି ନାହିଁ। ଘଟଣାସ୍ଥଳରେ ପୁଲିସ ଟିମ୍ ଛାନଭିନ୍ ଜାରି ରଖିଛନ୍ତି । ବ୍ୟାଙ୍କ୍ ର ସାମ୍ନା ସଟର ତଡ଼ା ଯାଇଥିବା ବେଳେ ତାଲା ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ଏନେଇ ଅଧିକ ସୂଚନା ମିଳିପାରେ ବୋଲି ଅନୁମାନ କରାଯାଉଛି।




admin 