ସକାଳୁ ପିଅନ୍ତୁ ଏହି ଜୁସ, ରହିବେ ଫିଟ

ସକାଳୁ ପିଅନ୍ତୁ ଏହି ଜୁସ, ରହିବେ ଫିଟ

ସକାଳୁ ପିଅନ୍ତୁ ଏହି ଜୁସ, ରହିବେ ଫିଟ

ଭୁବନେଶ୍ୱର: ଦିନର ଆରମ୍ଭ ଅଧିକାଂଶ ଲୋକ କପେ ଚା’ରୁ କରନ୍ତି । କାରଣ ଏହା ଦିନ ସାରା ଫ୍ରେଶ ରଖିବାରେ ସାହାର୍ଯ୍ୟ କରିଥାଏ । କିନ୍ତୁ ଚା’ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ମଧ୍ୟ ଦେଖାଇଥାଏ । ତେଣୁ ସୁସ୍ଥ ରହିବା ସହିତ ଦିନ ସାରା ଭଲରେ କାଟିବା ପାଇଁ କେବଳ ଅଧାକପ ତରଭୁଜ ଜୁସ ଆବଶ୍ୟକ । ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେଇ ଅନୋଖା ଲାଭ ସଂପର୍କରେ...

- ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ । ତରଭୁଜ ଏସିଡିଟି ସମସ୍ୟାରୁ ମୁକ୍ତି ଦେବା ସହିତ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରେ । 

- ଏହି ଜୁସକୁ ନିୟମିତ ପିଇଲେ ହାର୍ଟ ଆଟାକରୁ ମୁକ୍ତି ମିଳେ । 

- ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରକୁ ସୁସ୍ଥ ରଖେ  । 

- ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ହୋଇଥାଏ ଲାଭଦାୟକ  । 

- ମଧୁମେହ ରୋଗ ପାଇଁ ଏହାମହୋଷଧୀ ସଦୃଶ କାର୍ଯ୍ୟ କରେ । 

- ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ । ଏହା ମାଂସପେଶୀ ନିର୍ମାଣରେ ସହାୟତା କରେ । 

- ତରଭୁଜ ଜୁସ୍‌ ମେଦବହୁଳତା କମାଇବାରେ ସାହାଯ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।