ସଂସଦ ଯିବେନି ଇମ୍ରାନ୍‌ ଖାନ୍

ସଂସଦ ଯିବେନି ଇମ୍ରାନ୍‌ ଖାନ୍

ସଂସଦ ଯିବେନି ଇମ୍ରାନ୍‌ ଖାନ୍

ଇସଲାମାବାଦ : ପଦରୁ ହଟିବା ପରେ ଇମ୍ରାନ ଖାନ ଲଜ୍ଜା ଅନୁଭବ କରୁଛନ୍ତି। ପୂର୍ବରୁ ସେ ଅନେକବାର ବାହାସ୍ଫୋଟ ମାରି ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିରୋଧୀଙ୍କୁ ଆହ୍ୱାନ ଦେଉଥିବାବେଳେ ଏବେ ସେହି ଅନାସ୍ଥାରେ ସେ ପ୍ରଧାନମନ୍ତ୍ରୀ ପଦରୁ ବିତାଡ଼ିତ ହୋଇଛନ୍ତି  ।

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶାହାବାଜ ସରିଫ ଗ୍ରହଣ କରିବା ପରେ ଇମ୍ରାନ ଖାନଙ୍କ ସମର୍ଥକମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଫଳରେ ପୁଣି ପାକିସ୍ତାନରେ ଅସ୍ଥିରତା ସୃଷ୍ଟିହୋଇଛି  । ଅପରପକ୍ଷରେ ଇମ୍ରାନ ଖାନଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଜେଲ ପଠାଇବା ପାଇଁ ବିରୋଧୀ ଯୋଜନା କରୁଛନ୍ତି  । 

ପଦରୁ ବିତାଡ଼ିତ ହେବା ପରେ ଇମ୍ରାନ ଖାନ କହିଛନ୍ତିଯେ, ସଂସଦରେ ସେ ଚୋରମାନଙ୍କ ସହ ବସିବେ ନାହିଁ  । ୧୬ ଶହ କୋଟି ଟଙ୍କାର ଦୁର୍ନୀତି ମାମଲାରେ ସିଧାସଳଖ ସଂପୃକ୍ତ ଜଣେ ବ୍ୟକ୍ତି ଆଜି ଷଡ଼ଯନ୍ତ୍ର କରି ପ୍ରଧାନମନ୍ତ୍ରୀ ହୋଇପାରିଛି  । ଦେଶ ପାଇଁ ଏହାଠାରୁ ବଡ଼ ଅପମାନ କ’ଣ ଥାଇପାରେ ବୋଲି ଇମ୍ରାନ କହିଛନ୍ତି  ।