ଷ୍ଟାଟସରେ କହିଲେ ଧୋକା, ତା'ପରେ ଆତ୍ମହତ୍ୟା

ଷ୍ଟାଟସରେ କହିଲେ ଧୋକା, ତା'ପରେ ଆତ୍ମହତ୍ୟା

ଷ୍ଟାଟସରେ କହିଲେ ଧୋକା, ତା'ପରେ ଆତ୍ମହତ୍ୟା
ଖୋର୍ଦ୍ଧା: ଆଜି ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । କାଇପଦର ଧଉଳିମୁହଁ ରେଳଧାରଣାରୁ ସୌମ୍ୟରଂଜନ ପରିଡା ନାମକ ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କ ଦେହସାରା କ୍ଷତ ଚିହ୍ନ ରହିଛି । ସୂଚନା ଅନୁସାରେ ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ନିଜ ହାତକୁ କାଟି ଭିଡିଓ କରିଥିଲେ ଓ ଭିଡିଓରେ ସେ ପ୍ରେମରେ ଧୋକା ଖାଇଥିବା କହିଥିଲେ । ଏହାପରେ ସେଇ ଭିଡିଓକୁ ସେ ଷ୍ଟାଟସ୍ ଦେଇଥିଲେ ଓ ଘର ଲୋକଙ୍କୁ ଫୋନ୍ କରିଥିଲେ ଓ ତା’ପରେ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ କିପରି ସୌମ୍ୟ ରେଳଲାଇନ୍ ନିକଟକୁ ଆସିଲେ ଓ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ସେ ବାବଦରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ଏଭଳି କାଣ୍ଡ ପାଇଁ, ପରିବାରରେ ଶୋକର ଛାୟା ଖେଳିଯାଇଛି ।