ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି

ପୁରୀ : ଆଜି ପୂର୍ବାହ୍ନ ୧୦ଟାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବା।
ଏଥି ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ପରିଚାଳନା କମିଟି ସଦସ୍ୟଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ। ବୈଠକରେ ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତାବିତ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନିର୍ମାଣ ଏବଂ ସେବାୟତଙ୍କ ବାସଗୃହ ଯୋଜନା ଉପରେ ନିଷ୍ପତ୍ତି ନିଆଯିବ। ସେହିପରି ଶ୍ରୀମନ୍ଦିର ଭୂମି ସବକମିଟି ପ୍ରସ୍ତାବ ଓ ପ୍ରକଳ୍ପ ସବକମିଟି ବୈଠକର ବିବରଣୀକୁ ଅନୁମୋଦନ କରାଯିବ। ଏହାସହ ଚଳିତବର୍ଷ ଭକ୍ତଙ୍କ ଗହଣରେ ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା ସହ ରଥଯାତ୍ରା ସମ୍ପୁର୍ଣ୍ଣ ହୋଇଥିବାରୁ ସେନେଇ ମଧ୍ୟ ସମୀକ୍ଷା କରାଯିବ।