ଶୌଚ ହେବାକୁ ଯାଇଥିବା ସମୟରେ ନାବାଳିକାକୁ ଗଣ ଦୁଷ୍କର୍ମ

ଶୌଚ ହେବାକୁ ଯାଇଥିବା ସମୟରେ ନାବାଳିକାକୁ ଗଣ ଦୁଷ୍କର୍ମ

ଶୌଚ ହେବାକୁ ଯାଇଥିବା ସମୟରେ ନାବାଳିକାକୁ ଗଣ ଦୁଷ୍କର୍ମ
ନୂଆଦିଲ୍ଲୀ : ସମଗ୍ର ଦେଶ ସ୍ୱାଧୀନତା ଦିବସ ମନାଉଥିବା ବେଳେ ଏହାର ଅବ୍ୟବହତି ପୂର୍ବରୁ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି । ଜାତୀୟ ରାଜଧାନର ନୂଆଦିଲ୍ଲୀରେ ଏହି ବର୍ବର କାଣ୍ଡ ଘଟିଛି । ୧୩ ବର୍ଷୀୟା ନାବାଳିକା ଜଣକ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ସାଉଥ ଇଷ୍ଟ ଦିଲ୍ଲୀର ଜେଜେ କଲୋନୀରେ ଅବସ୍ଥାନ କରୁଥିବା ନାବାଳିକା ଜଣକ ରାତି ୯ଟା ବେଳେ ଶୌଚ ପାଇଁ ଯାଇଥିବା ବେଳେ ଏହି ବର୍ବର କାଣ୍ଡ ଘଟିଥିଲା । ବାଳିକାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକାଙ୍କ ପଡୋଶୀ ବୋଲି ଜଣାପଡିଛି ।