ଶୁକ୍ରାଣୁ ଦାନ କରନ୍ତୁ, ୮୦ ହଜାର ଟଙ୍କା ପାଆନ୍ତୁ

ଶୁକ୍ରାଣୁ ଦାନ କରନ୍ତୁ, ୮୦ ହଜାର ଟଙ୍କା ପାଆନ୍ତୁ

ଶୁକ୍ରାଣୁ ଦାନ କରନ୍ତୁ, ୮୦ ହଜାର ଟଙ୍କା ପାଆନ୍ତୁ

ଚୀନ : ଚୀନରେ ଦିନକୁଦିନ ଜନସଂଖ୍ୟା ହ୍ରାସ ପାଉଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଚୀନ ସରକାର  । ଏଥିପାଇଁ ଚୀନ ସରକାର ଏକ ଉପାୟ କରିଛନ୍ତି । ଚୀନର ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରମାନେ ଶୁକ୍ରାଣୁ ଦାନ କଲେ ସେମାନଙ୍କୁ ଟଙ୍କା ମିଳିବ ବୋଲି କୁହାଯାଇଛି । ଦେଶରେ ଏଭଳି ସମୟରେ ଛାତ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ କୁହାଯାଇଛି । ଚାଇନାର ବେଜିଂ ଏବଂ ସାଂଘାଇ ସମେତ ଦେଶର ଅନେକ ଶୁକ୍ରାଣୁ ଦାନ କ୍ଲିନିକ୍‌ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କୁ ଶୁକ୍ରାଣୁ ଦାନ କରିବାକୁ ନିବେଦନ କରିଛନ୍ତି।


ସୂଚନା ଅନୁସାରେ ଚୀନରେ ପ୍ରବଳ ଜନସଙ୍କଟ ପରିଲକ୍ଷିତ ହେଉଛି । ଏଥିପାଇଁ କିଛି ଦିନ ମଧ୍ୟରେ ଭାରତ ବିଶ୍ୱର ଜନବହୁଳ ଦେଶ ହେବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଚୀନର ଏଭଳି ପଦକ୍ଷେପ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘୋଷଣା ପରେ ଚୀନ୍‌ର ବାକି ଶୁକ୍ରାଣୁ ବ୍ୟାଙ୍କଗୁଡ଼ିକ ମଧ୍ୟ ସମାନ ଆବେଦନ କରିଛନ୍ତି । ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଖବର ଅନୁଯାୟୀ ଲୋକମାନେ ଏହି ଅଫରକୁ ଆଗ୍ରହ ଦେଖାଉଛନ୍ତି ଏବଂ ଛାତ୍ରମାନେ ଏହା ବିଷୟରେ ଆଲୋଚନା କରୁଛନ୍ତି ।


ଶୁକ୍ରାଣୁ ଦାନ ପାଇଁ ନିୟମାବଳୀ :
-ଶୁକ୍ରାଣୁ ଦାନ ପାଇଁ ଇଚ୍ଛୁକ ଲୋକଙ୍କ ବୟସ ୨୦ରୁ ୪୦ବର୍ଷ ହୋଇଥିବା ଆବଶ୍ୟକ ଉଚ୍ଚତା ୧୬୫ସେମିରୁ ଅଧିକ ହୋଇଥିବା ଦରକାର । ଏମାନଙ୍କଠାରେ କୌଣସି ସଂକ୍ରାମକ କିମ୍ବା ଜେନେଟିକ୍‌ ରୋଗ ନଥିବା ଆବଶ୍ୟକ ଓ ପାଖରେ ଡିଗ୍ରୀ ସାର୍ଟିଫିକେଟ ଥିବା ଆବଶ୍ୟକ । ଇଚ୍ଛୁକ ବ୍ୟକ୍ତିଙ୍କ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯେଉଁମାନେ ମଦ୍ୟପାନ କିମ୍ବା ଧୂମ୍ରପାନ କରନ୍ତି, ସେମାନେ ଶୁକ୍ରାଣୁ ଦାନ କରିପାରିବେ ନାହିଁ ।