ଶିଶୁକୁ ହତ୍ୟା କରି ପୋତିଦେଲେ
ଶିଶୁକୁ ହତ୍ୟା କରି ପୋତିଦେଲେ
ମାଲକାନଗିରି : ନବଜାତ ଶିଶୁକୁ ହତ୍ୟା ଅଭିଯୋଗ। ନବଜାତକୁ ହତ୍ୟା କରି ଜଙ୍ଗଲରେ ପୋତିଦେଇଥିବା ଅଭିଯୋଗ। ମାଲକାନଗିରି ଜିଲ୍ଲା ଏମ୍ପିଭି-୮୩ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ମାଲକାନଗିରି ମୋଟୁ ଥାନା ଏମଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ହତ୍ୟା କରାଯିବା ସହ ମୃତଦେହକୁ ପାଖ ଜଙ୍ଗଲରେ ପୋତି ଦେଇଥିବା କିଛି ଲୋକେ ସୂଚନା ପାଇଥିଲେ । ଏନେଇ ମୋଟୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି କ୍ଷ ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।




admin 