ଶିମିଳିପାଳରେ ଜଙ୍ଗଲରେ ବର୍ଷା

ଶିମିଳିପାଳରେ ଜଙ୍ଗଲରେ ବର୍ଷା

ଶିମିଳିପାଳରେ ଜଙ୍ଗଲରେ ବର୍ଷା
ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ସ୍ଥାନରେ କୁଆପଥର ବର୍ଷା ହେଉଥିବାର ସୂଚନା ମିଳିଛି । ଶିମିଳିପାଳ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି । କୁଆପଥର ବର୍ଷାରେ ଜଙ୍ଗଲ ନିଆଁ ପ୍ରଶମିତ ହେବା ଆଶା କରାଯାଉଛି । କିଛି ଦିନ ହେଲା ଶିମିଳିପାଳର ବିଭିନ୍ନ ସ୍ଥାନରେ ଲାଗିଛି ନିଆଁ । କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେବ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ନିଆଁ ବଫର ଅଂଚଳରୁ କୋର ଅଂଚଳକୁ ବ୍ୟାପୁଥିବା ଫଳରେ ଗାଁ ମୁହାଁ ହେଲେଣି ବନ୍ୟଜନ୍ତୁ । ଶିମିଳିପାଳରେ ନିଆଁର ପ୍ରଭାବରେ ସ୍ଥାନୀୟ ଅଂଚଳ ମଧ୍ୟ ଧୂଆଁମୟ ହୋଇଯାଇଛି । ଆଜି ବର୍ଷା ହେବା ଦ୍ୱାରା ବହୁ ପରିମାଣରେ ଆଶ୍ୱସ୍ତି ଲାଭ ମିଳିବ । ବର୍ଷା ହେବା ଦ୍ୱାରା ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭିବାର ଆଶା କରାଯାଉଛି ।