ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା
ଭୁବନେଶ୍ୱର : ଆସିଲା ଭଲ ଖବର । ରାଜ୍ୟ ସରକାର ପଦକ୍ଷେପ ଭଲ ସବୁବେଳେ ଭଲ ରହିଛି । ରାଜ୍ୟରେ କରୋନା ସଂଖ୍ୟା ଛତୁ ଫୁଟିଲା ପରି ବଢି ଚାଲିଛି । ଏବର୍ଷ ହୋଲି ବି କରୋନା ଯୋଗୁଁ ଫିକା ପଡିଗଲା । ରାଜ୍ୟରେ ଏବେ ସମସ୍ତ ଶିକ୍ଷକଙ୍କୁ କରୋନା ଟିକା ଦିଆଯିବ । ସରକାରୀ , ଘରୋଇ ସ୍କୁଲର ୪୫ ବର୍ଷରୁ ଉଦ୍ଧ୍ୱ ଶିିକ୍ଷକଙ୍କୁ ଦିଆଯିବ ଟିକା । ରାଜଧାନୀରେ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧି ପରେ ଏହି ପଦକ୍ଷେପ ନିଆଯାଇଛି । ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ଶ୍ରୀ ଚୌଧୁରୀ କହିଛନ୍ତି ଯେ, ବର୍ତମାନ ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଛି , ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଉଦ୍ଧ୍ୱର୍ ଶିକ୍ଷକଙ୍କୁ ଗୁରୁତ୍ୱ , ଉଠା ଦୋକାନୀ, ମଲ୍, ରେଷ୍ଟୁରାଂଟ ଓ ବିଦୁ୍ୟତ କର୍ମଚାରୀଙ୍କୁ ଗୁରୁତ୍ୱ ଦେଉଛୁ । ୫ଟି ବର୍ଗର ୨୦ ହଜାର ଲୋକଙ୍କ ତାଲିକା ପ୍ରସ୍ତୁତ କରିଛୁ । ମାସେରୁ ୨ ମାସ ଭିତରେ ସମସ୍ତଙ୍କୁ ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କମିଶନର କହିଛନ୍ତି ।