ଶପଥ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ

ଶପଥ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ

ଶପଥ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର: ରାଜ୍ୟରେ ପଂଚମ ଥର ପାଇଁ ବିଜେଡି ୧୧୨ ବିଧାନ ସଭା ଆସନ ପାଇ ପୁଣି ବିଜୟ ଲାଭ କରିଛି । ଆସନ୍ତା ୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପ୍ରଦର୍ଶନୀ ପଡିଆରେ ଶପଥ ପାଠ ଉତ୍ସବ ଅନୁଷ୍ଠତ ହେବ । ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଇଛି । ଓଡିଶାର ସବୁ ସାଂସଦ ଓ ବିଧାୟକଙ୍କୁୁ ନିମନ୍ତ୍ରଣ କରିଛି ବିଜେଡି । ଏହି ଉତ୍ସବକୁ ମହିଳା, ଚାଷୀ ଓ କେନ୍ଦୁପତ୍ର ତୋଳାଳି ସଂଗଠନକୁ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ମଧ୍ୟ ବିଜେଡି ନିମନ୍ତ୍ରଣ କରିଛି ।