ଶପଥ ନେଲେ ବିଜେଡିର ନବ ନିର୍ବାଚିତ ସାଂସଦ
ଶପଥ ନେଲେ ବିଜେଡିର ନବ ନିର୍ବାଚିତ ସାଂସଦ
ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଇଛନ୍ତି ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉଭୟ ନିଜ ମାତୃଭାଷା ଓଡ଼ିଆରେ ଶପଥ ନେଇଥିଲେ । ଓଡ଼ିଶାରୁ ନିର୍ବାଚିତ ଅନ୍ୟତମ ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ଆଜି ଶପଥ ନେଇପାରିନାହାନ୍ତି । ଆସନ୍ତା ସପ୍ତାହରେ ସେ ଶପଥ ନେବେ ।
ଓଡ଼ିଶାରୁ ଖାଲି ହୋଇଥିବା ତିନୋଟି ଆସନରୁ ଏମାନେ ବିଜେଡି ପ୍ରାର୍ଥୀ ଭାବେ ନିଦ୍ୱର୍ନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେଠାରେ ପୂରା ସମୟ ୬ ବର୍ଷ କାର୍ୟ୍ୟ କରିବେ । ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲା ବେଳେ ଡକ୍ଟର ସସ୍ମିତ୍ ପାତ୍ର ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି ।
ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିବା ମାନସ ମଙ୍ଗରାଜ ଜଣେ ଦକ୍ଷ ଯୁବନେତା ଭାବେ ପରିଚିତ । ଏହାପୂର୍ବରୁ ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ଭାବେ କାର୍ୟ୍ୟ କରୁଥିଲେ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବିଜେଡିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଏବେ ଅଛନ୍ତି ।




admin 