ଲ୍ୟାଣ୍ଡମାଇନ୍‌ ବିସ୍ଫୋରରେ ଏଏସ୍‌ଆଇ ସହିଦ

ଲ୍ୟାଣ୍ଡମାଇନ୍‌ ବିସ୍ଫୋରରେ ଏଏସ୍‌ଆଇ ସହିଦ

ଲ୍ୟାଣ୍ଡମାଇନ୍‌ ବିସ୍ଫୋରରେ ଏଏସ୍‌ଆଇ ସହିଦ

ମାଲକାନଗିରି: ପୁଣି ଦେଖିବାକୁ ମିଳିଛି ନକ୍ସଲଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ନାରାୟଣପୁରର ସୋନପୁର ଅଞ୍ଚଳରେ  ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ବିସ୍ପୋରଣରେ  ଜଣେ ଏଏସ୍ଆଇ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ସହିଦ ହୋଇଥିବା ଯବାନ ଜଣଙ୍କ ହେଲେ ଆଇଟିବିପି  ୫୩ ନମ୍ବର ବାଟଲିୟନର ଏଏସ୍ଆଇ ରାଜେନ୍ଦ୍ର ସିଂ। ବିସ୍ଫୋରଣରେ ହେଡ୍ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସୋନପୁର ଅଞ୍ଚଳରେ ରାସ୍ତା କାମ ଚାଲିଥିଲା। ନକ୍ସଲମାନେ ଏହି ରାସ୍ତାକାମକୁ ବିରୋଧ କରୁଥିଲେ। ଆଜି ପ୍ରାୟ ୩୦ରୁ ୪୦ ଜଣ ଯବାନ  ରାସ୍ତା ନିର୍ମାଣ କାମକୁ ସୁରକ୍ଷା ଦେବାକୁ ପହରା ଦେବାକୁ ଯାଉଥିଲେ। ଏହି ସମୟରେ ନକ୍ସଲମାନେ ଖଞ୍ଜି ଥିବା  ଲ୍ୟାଣ୍ଡମାଇନ ବିସ୍ଫୋରଣ  ହୋଇଥିଲା। ଏଥିରେ ଏଏସ୍ଆଇ  ରାଜେନ୍ଦ୍ର ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ହେଡ୍ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ତେବେ ଅନ୍ୟ ଯବାନମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ପରେ ପୁଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।