ଲିପଷ୍ଟିକ ଅନୁସାରେ ନାରୀର ଚରିତ୍ର ସମ୍ପର୍କରେ ଜାଣନ୍ତୁ
ଲିପଷ୍ଟିକ ଅନୁସାରେ ନାରୀର ଚରିତ୍ର ସମ୍ପର୍କରେ ଜାଣନ୍ତୁ
admin
May 12, 2021 - 08:09
Updated: May 12, 2021 - 08:09
ନାରୀମାନେ ନିଜକୁ ସୁନ୍ଦରୀ ଭାବେ ସଜାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରଙ୍ଗର ବିନ୍ଦି, ଲିପଷ୍ଟିକ ସହିତ ମ୍ୟାଚ କରି ଡ୍ରେସ ଓ ଚପଲ ଆଦି ବ୍ୟବହାର କରିଥାନ୍ତି । ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କ ଚରିତ୍ର ସମ୍ପର୍କରେ ଧାରଣା କରାଯାଇପାରେ ।
ଲାଲ ଲିପଷ୍ଟିକ: ଏହାକୁ ଲଗାଉଥିବା ନାରୀ ବା ଯୁବତୀ ନିଜର ଭଲ ପାଇବାକୁ ପ୍ରକାଶ କରିଥାନ୍ତି । ନିଜକୁ ଅନ୍ୟମାନଙ୍କ ପାଖରେ ଲୁଚାଇବାକୁ ଚେଷ୍ଟା କରିନ୍ତିନି । ପ୍ରେମ ଓ ଜୀବନକୁ ନେଇ ବେଶ ଭାବପ୍ରବଣ ।
କଳା: ଏହା ଖୁବ କମ ନାରୀ ପସନ୍ଦ କରନ୍ତି । ଯେଉଁମାନେ ପସନ୍ଦ କରନ୍ତି ସେମାନଙ୍କ ସ୍ୱଭାବ ନକରାତ୍ମକ ।
ପିଙ୍କ: କମ ବୟସର ନାରୀମାନେ ଏହି ରଙ୍ଗର ଲିପଷ୍ଟିକ ପସନ୍ଦ କରନ୍ତି । ଏହା ଶାନ୍ତ, ସ୍ୱାଭାବ ଓ ମାଧୁର୍ଯ୍ୟର ପ୍ରତୀକ । ଏମାନଙ୍କ ହୃଦୟ ଖୁବ ନରମ । ଓ ସମ୍ବେଦନଶୀଳ ।
ବ୍ରାଉନ: ଯେଉଁମାନେ ସମ୍ଭ୍ରାନ୍ତ ଓ ମାର୍ଜିତ ସ୍ୱଭାବର ସେମାନେ ଏହି ରଙ୍ଗ ପସନ୍ଦ କରନ୍ତି । ପରିସ୍ଥିତି, ପରିବେଶ ଓ ପରିବାର ଲୋକଙ୍କ ସହିତ ଖାପ ଖୁଆଇ ଚଳନ୍ତି । ଉପସ୍ଥିତ ବୁଦ୍ଧି ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ କରିପାରନ୍ତି ।
ନୁ୍ୟଡ ବା ନେଚୁରାଲ: ଏହି ରଙ୍ଗକୁ ପସନ୍ଦ କରୁଥିବା ମହିଳାମାନେ ଖୁବ ଆତ୍ମବିଶ୍ୱାସୀ । ମିଜାଜ ଥଣ୍ଡା । ଅଯଥା ସାଜସଜ୍ଜା ପସନ୍ଦ କରନ୍ତିନି ।
ପର୍ପଲ: ଏହାକୁ ପସନ୍ଦ କରୁଥିବା ମହିଳାମାନଙ୍କର ସ୍ୱଭାବ ଖୁବ ଜଟିଳ ଓ ଛଳନାମୟୀ । ଉପରେ ଗୋଟିଏ କଥା ମାତ୍ର ଭିତରେ ଗୋଟିଏ କଥା । ଏମାନେ ବିଶ୍ୱାସ ଯୋଗ୍ୟ ନୁହନ୍ତି ।
ଅରେଞ୍ଜ: ଏହାକୁ ପସନ୍ଦ କରୁଥିବା ନାରୀମାନେ ନିଜ ମନମର୍ଜିରେ ଚଳନ୍ତି । ଖୁବ ବେପରୁୱା । କୌଣସି କଥାକୁ ଖାତିର ନଥାଏ । ସାଲିସ ବିହୀନ ଜୀବନ ବିତାଇବାକୁ ଏମାନେ ପସନ୍ଦ କରନ୍ତି ।