ଲାଞ୍ଚ ନେଇ ଧରାପଡିଲେ ତହସିଲଦାର

ଲାଞ୍ଚ ନେଇ ଧରାପଡିଲେ ତହସିଲଦାର

ଲାଞ୍ଚ ନେଇ ଧରାପଡିଲେ ତହସିଲଦାର


ବେଗୁନିଆ :  ଜମିର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡିଛନ୍ତି ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ  । ବୁଧବାର ତହସିଲଦାର ନିଜ କଳିଙ୍ଗନଗର ସ୍ଥିତ ବାସଭବନ ସାମ୍ନାରେ ଜମିକିସମ ପରିବର୍ତ୍ତନ ପାଇଁ ଲାଂଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା  ।

ତାଙ୍କ ଠାରୁ ରଙ୍ଗ ବୋଳା ୪୫ ହଜାର ଟଙ୍କା ଜବତ କରାଯାଇଛି  । ଏହାପରେ ଭିଜିଲାନ୍ସ ଟିମ ତହସିଲଦାରଙ୍କୁ ଧରି ବେଗୁନିଆ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଂଚ କରୁଥିବା ଜଣାପଡ଼ିଛି  । କେସ ନମ୍ବର ୯/୨୨ ରେ ମାମଲା ରୁଜୁ କରି ଭିଜିଲାନ୍ସ ଟିମ ଅଧିକ ଖୋଳତାଡ଼ କରୁଛି ।