ଲାଞ୍ଚୁଆ ସରକାରୀ କର୍ମଚାରୀକୁ ଗିରଫ କଲା ଭିଜିଲାନ୍ସ

ଲାଞ୍ଚୁଆ ସରକାରୀ କର୍ମଚାରୀକୁ ଗିରଫ କଲା ଭିଜିଲାନ୍ସ

ଲାଞ୍ଚୁଆ ସରକାରୀ କର୍ମଚାରୀକୁ ଗିରଫ କଲା ଭିଜିଲାନ୍ସ
ବଲାଙ୍ଗିର: ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ । ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀ । ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ବାଲିଚାଲାଣ ପାଇଁ ଟ୍ରାଞ୍ଜିଟ ପାସ କରାଇ ଦେବାକୁ ସମ୍ପୃକ୍ତ ଅତିରିକ୍ତ ତହସିଲଦାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ତେବେ ଏନେଇ ବରଗଡ଼, ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ମିଳିତ ଚଢଉ କରି ତାଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅତିରିକ୍ତ ତହସିଲଦାର ଶ୍ରୀ ଚୌଧୁରୀଙ୍କୁ ଗିରଫ କରାଯିବା ପରେ ତାଙ୍କ ଦେଓଗାଁ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଚଢଉ ଜାରି ରହିଛି ।