ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ହଳଦୀ ଚା’

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ହଳଦୀ ଚା’

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ହଳଦୀ ଚା’
କୋଭିଡ-୧୯ କବଳରେ ସାରା ବିଶ୍ୱ । କେବଳ ସଚେତନତା ହିଁ ଏହାର ମହୋଷଧି । ତେଣୁ କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସଚେତନ ରହିବା ସହ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଖୁବ ଜରୁରୀ । ଘରୋଇ ଉପାୟରେ ଗୃହିଣୀମାନେ ବଢ଼ାଇପାରିବେ ପରିବାର ସଦସ୍ୟଙ୍କ ରୋଗ ପ୍ରତିରୋଧକ ଶକ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ହଳଦୀ ଚା’ବିଷୟରେ.... ସାମଗ୍ରୀ: ୪ କପ ପାଣି, ୧/୨ ଚାମଚ ହଳଦୀ ପାଉଡର, ଏକ ଚାମଚ ଲେମ୍ବୁ ରସ ଓ ମହୁ ସ୍ୱାଦ ଅନୁସାରେ ପ୍ରସ୍ତୁତି: ଏକ ପାତ୍ରରେ ୪ କପ ପାଣିକୁ ନେଇ ସେଥିରେ ହଳଦୀ ପାଉଡର ପକାଇ ଫୁଟାନ୍ତୁ । ଏହି ଫୁଟା ହଳଦୀ ପାଣିକୁ କପରେ ଢ଼ାଳି ଚା’ ଉପରେ ମହୁ ଏବଂ ଲେମ୍ବୁ ରସ ପକାଇ ଘାଣ୍ଟନ୍ତୁ । ଏବେ ହଳଦୀ ଚା’ପ୍ରସ୍ତୁତ । ବଢ଼ାଏ ଇମୁ୍ୟନିଟି: ଏହି ଚା’ର ମୁଖ୍ୟ ଉପାଦାନ ହେଉଛି ହଳଦୀ । ଏଥିରେ କୁର୍କମିନ ନାମକ ଏକ ଯୌଗିକ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ନିୟନ୍ତ୍ରିତ କରିଥାଏ । ସେହିପରି ହଳଦୀ ଚା’ରେ ଥିବା ଶକ୍ତିଶାଳୀ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ପ୍ରବାହ ଓ ଯନ୍ତ୍ରଣାକୁ କମ୍ କରିବାରେ ସାହାଯ୍ୟ କରିଥାଏ ।