ରେଳ ବଜେଟରେ ଓଡ଼ିଶା ପାଇଁ ୫୫୨୮କୋଟି

ରେଳ ବଜେଟରେ ଓଡ଼ିଶା ପାଇଁ ୫୫୨୮କୋଟି

ରେଳ ବଜେଟରେ ଓଡ଼ିଶା ପାଇଁ ୫୫୨୮କୋଟି
ଭୁବନେଶ୍ୱର: ଚଳିତ ବର୍ଷ ବଜେଟ୍‌ରେ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଥିବା ବେଳେ କେନ୍ଦ୍ର ସରକାର ୫୫୨୮ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି। ଓଡ଼ିଶା ପାଇଁ ରେଳ ବଜେଟରେ ୫୫୨୮କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଛି । ୨୦୨୧-୨୨ରେ ଅନୁଦାନ ହାର ୫୬୦% ଅଧିକ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ସୂଚନା ଦେଇଛନ୍ତି । ନୂଆ ରେଳ ପଥ, ଗେଜ ପରିବତ୍ତ;ନ ଓ ଦୋହରୀକରଣ ଲାଗି ୩୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ୩୯ଟି ପ୍ରକଳ୍ପରେ ୪୮୭୭ କିମି ପାଇଁ ମୋଟ ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି ।