ରେଭେନ୍ସା ୟୁନିଭର୍ସିଟି ୱେଷ୍ଟ ହଷ୍ଟେଲ ରେ ବିଶାଳ ରକ୍ତଦାନ ଶିବିରରେ ୪୦୧ ୟୁନିଟ ହେଲା
ରେଭେନ୍ସା ୟୁନିଭର୍ସିଟି ୱେଷ୍ଟ ହଷ୍ଟେଲ ରେ ବିଶାଳ ରକ୍ତଦାନ ଶିବିରରେ ୪୦୧ ୟୁନିଟ ହେଲା
କଟକ ଆଜି ତା 25/02/2022 ରିଖ ଶୁକ୍ରବାର ଆଜି ରେଭେନ୍ଶା ୟୁନିଭର୍ସିଟି, ୱେଷ୍ଟ ହଷ୍ଟେଲ ପରିସରରେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି | ବହୁସଂଖ୍ୟାରେ ଛାତ୍ର ଛାତ୍ରୀ ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା | ଆଜିର ଏହି ରକ୍ତଦାନ ଶିବିରରେ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ, ରକ୍ତଦାନ ପରି ଏକ ମହାନ କାର୍ଯ୍ୟକୁ ଆୟୋଜିତ କରିଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ରେଭେନ୍ସା ୟୁନିଭର୍ସିଟିର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ | ଏହି ରକ୍ତଦାନ ଶିବିରରେ ଆଜି 401 ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି, ଆଜିର ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବ୍ଲୁ ଡ଼କ୍ଟର ବିପ୍ଳବ ଶିଳାଦିତ୍ୟ,ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନାୱାଜ, ସଦାଶିବ ବାରିକ, ସତୀଶ ଶେଖର,ଅରିଜିତ ପ୍ରସାଦ ରାଉତରାୟ, ଆଶୁତୋଷ ରାଉତ, ସନମାନୀୟ ଅତିଥି ଭାବରେ, ଯୋଗଦେଇଥିବା ବେଳେ କଟକ ଜିଲ୍ଲା କଂଗ୍ରେସ କମିଟିର ଅନେକ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ | ଆଜିର ଏହି ରକ୍ତଦାନ ଶିବିରକୁ ୱେଷ୍ଟ ହଷ୍ଟେଲର ୱାର୍ଡେନ ଡ଼କ୍ଟର ଭାଗବତ ବେହେରାଙ୍କ ସହିତ ରାକେଶ ମିଶ୍ର, ମହମଦ ଶାନାୱାଜ ଅଲି, ବିଶ୍ୱଜିତ ସ୍ୱାଇଁ, ଆଦିତ୍ୟ କିଶୋର ପାଣି, ସୂର୍ଯ୍ୟକାନ୍ତ ବିଶ୍ୱାଳ, ସ୍ୱୟଂମଜୀତ ବିଶ୍ୱାଳ, ବିଶ୍ୱଜିତ ନାୟକ, ଚନ୍ଦ୍ରଶେଖର ସେନାପତି, ପ୍ରିୟରଞ୍ଜନ ତ୍ରିପାଠୀ, ପ୍ରିୟଙ୍କା ମିଶ୍ର,ପ୍ରେରଣା ତ୍ରିପାଠୀ, ଯଶପ୍ରୀତ କୌର ଓ ଭା୍ନୁପ୍ରିୟା ମହାନ୍ତିଙ୍କ ସହିତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ସଫଳତାର ସହ ପରିଚାଳନା କରିଥିଲେ |




admin 