ରାହୁଲଙ୍କୁ କଟାକ୍ଷ କଲେ ଜ୍ୟୋତିରାଦିତ୍ୟ

ରାହୁଲଙ୍କୁ କଟାକ୍ଷ କଲେ ଜ୍ୟୋତିରାଦିତ୍ୟ

ରାହୁଲଙ୍କୁ କଟାକ୍ଷ କଲେ ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ: ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି । ରାହୁଲଙ୍କ ଚିନ୍ତାଧାରା କେବଳ ମନ୍ତବ୍ୟ ଭିତରେ ସୀମିତ, ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ ଓ ସୁରକ୍ଷା ପାଇଁ ଅହରହ ଚିନ୍ତା କରୁଛନ୍ତି ବୋଲି ଜ୍ୟୋତିରାଦିତ୍ୟ କହିଛନ୍ତି । ରାହୁଲ ଅଭିଯୋଗ କରିଥିଲେ ଯେ, ବିମୁଦ୍ରୀକରଣ ଯୋଗୁଁ ଅର୍ଥବ୍ୟବସ୍ଥା ନଷ୍ଟ ହୋଇଯାଇଛି । ଏହାର ଜବାବ ରଖି ଜ୍ୟୋତିରାଦିତ୍ୟ ନିକଟରେ ଗଣମାଧ୍ୟମକୁ କହିଛନ୍ତି ମହାମାରୀ ସମୟରେ ଦେଶର ଜନତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ସୁରକ୍ଷାର ବାତାବରଣ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ହସ୍ପିଟାଲରେ ରୋଗୀଙ୍କ ପାଇଁ ପ୍ଲାଜମା ଏବଂ ସମସ୍ତ ଉନ୍ନତମାନର ଔଷଧ ଉପଲବ୍ଧ କରାଉଛନ୍ତି । ଏହା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହେଉଛି । ରାହୁଲଙ୍କ ନାମ ନ ନେଇ ଜ୍ୟୋତିରାଦିତ୍ୟ କହିଥିଲେ ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ବିକାଶ ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରୁଥିବା ବେଳେ ଅନ୍ୟ ପଟେ କିଛି ଲୋକ କେବଳ ମନ୍ତବ୍ୟ ଭିତରେ ସୀମିତ ରହିଯାଇଛନ୍ତି ।