ରାଫେଲ ଉଡ଼ାଇବେ ଗୋଲ୍ଡେନ ଗାର୍ଲ ଶିବାଙ୍ଗୀ

ରାଫେଲ ଉଡ଼ାଇବେ ଗୋଲ୍ଡେନ ଗାର୍ଲ ଶିବାଙ୍ଗୀ

ରାଫେଲ ଉଡ଼ାଇବେ ଗୋଲ୍ଡେନ ଗାର୍ଲ ଶିବାଙ୍ଗୀ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସର୍ବାଧୁନିକ ଯୁଦ୍ଧ ବିମାନ ରାଫେଲ ସ୍କ୍ୱାଡ୍ରନର ପ୍ରଥମ ମହିଳା ଫାଇଟର ପାଇଲଟ ହେଉଛନ୍ତି ଶିବାଙ୍ଗୀ ସିଂହ । ସେ ଗୁଜୁରାଟର ଝିଅ । ୨୦୧୭ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ଫ୍ଲାଇଟ ଲେଫ୍ଟନାଣ୍ଟ ଶିବାଙ୍ଗୀ । ଏବେ ସେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ତାଲିମ ନେଉଛନ୍ତି ଏବଂ ଖୁବଶୀଘ୍ର ଅମ୍ବାଲାରେ ୧୭ ସ୍କ୍ୱାଡ୍ରନ ‘ଗୋଲ୍ଡେନ ଆରୋଜ’ ରେ ସାମିଲ ହେବେ । ୨୦୧୭ ରେ ବାୟୁସେନାରେ ଯୋଗ ଦେଇଥିବା ଫ୍ଲାଇଟ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ ମିଗ-୨୧ ବି୍ରସନସ ଉଡ଼ାଇଛନ୍ତି । ରାଜସ୍ଥାନର ସୀମା ଅଞ୍ଚଳରେ କାର୍ଯ୍ୟରତ ଥିବା ଶିବାଙ୍ଗୀ ଏବେ ରାଫେଲ ଉଡ଼ାଇବା ପାଇଁ ଅମ୍ବାଲାରେ ପହଞ୍ଚିଛନ୍ତି । ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହ ସେ ବିମାନ ଉଡ଼ାଇଥିଲେ । ଖୁବ କମ ବୟସରୁ ଶିବାଙ୍ଗୀଙ୍କର ବିମାନ ଉଡ଼ାଇବାର ସ୍ୱପ୍ନ ଥିଲା । ବାରଣାସୀରେ ସ୍କୁଲ ଶିକ୍ଷା ଶେଷ ପରେ ସେ ବିଏଚୟୁ (ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ) ରେ ପଢ଼ିଥିଲେ । ସେଠାରେ ସେ ନ୍ୟାସନାଲ କ୍ୟାଡେଟ କର୍ପସ ୭ ୟୁପି ଏୟାର ସ୍କ୍ୱାଡ୍ରନର ଅଂଶ ବିଶେଷ ଥିଲେ । ପରେ ତାଙ୍କୁ ୨୦୧୬ରେ ବାୟୁସେନା ଏକାଡେମୀକୁ ପ୍ରଶିକ୍ଷଣ ପାଇଁ ପଠାଯାଇଥିଲା । ଶିବାଙ୍ଗୀ ଭାରତୀୟ ବାୟୁସେନାର ସବୁଠୁ ପୁରୁଣା ଯୁଦ୍ଧ ବିମାନ ମିଗ-୨୧ ଉଡ଼ାଉଥିଲେ ଏବେ ଏବେ ମହା ଶକ୍ତିଶାଳୀ ରାଫେଲ ଉଡ଼ାଇବେ ।