ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ପାଇଁଁ ଆଜିଠାରୁ ଆରମ୍ଭ ପଞ୍ଜୀକରଣ : ପୋର୍ଟାଲ ଏବଂ ଫର୍ମ ଜରିଆରେ ହେବ ଆବେଦନ

ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ପାଇଁଁ ଆଜିଠାରୁ ଆରମ୍ଭ ପଞ୍ଜୀକରଣ : ପୋର୍ଟାଲ ଏବଂ ଫର୍ମ ଜରିଆରେ ହେବ ଆବେଦନ

ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ପାଇଁଁ ଆଜିଠାରୁ ଆରମ୍ଭ ପଞ୍ଜୀକରଣ : ପୋର୍ଟାଲ ଏବଂ ଫର୍ମ ଜରିଆରେ ହେବ ଆବେଦନ
ମେ ୩ରେ ଲକ୍‌ଡାଉନ୍ ସରିବା ପରେ ପ୍ରାୟ ପାଞ୍ଚ ଲକ୍ଷ ଓଡ଼ିଆ ଓଡ଼ିଶା ଫେରିବେ ବୋଲି ସୂଚନା ରହିଛି। ଓଡ଼ିଶା ଫେରନ୍ତାଙ୍କ ପାଇଁ ଆଜିଠାରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ। ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କର ଆଜିଠାରୁ ଆରମ୍ଭ ହେବ ନାଁ ପଞ୍ଜିକରଣ। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ହୋଇଛି। ପଞ୍ଜିକରଣ ଫର୍ମରେ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ସ୍ପଷ୍ଟ ଉଲ୍ଲେଖ ରହିବ। ତା’ ସହ ଫେରୁଥିବା ଓଡ଼ିଆ ଜଣକ ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ। ତେବେ ଓଡ଼ିଶା ଫେରିଲା ପରେ ସେମାନେ ସିଧା ଘରକୁ ନ ଯାଇ କ୍ବାରେଣ୍ଟାଇନ ସେଣ୍ଟରକୁ ଯିବେ। ଓଡ଼ିଶା ଫେରିଲା ପରେ ଏମାନେ ପ୍ରତି ପ୍ରଞ୍ଚାୟତରେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଏମାନେ ସମେସ୍ତ ରହିବେ। ଏଠାରେ ଚଉଦ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ହୋଇ ରହିବେ। କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟିଂ ପାଇଁ ନମୁନା ପଠାଯିବ। ରିପୋର୍ଟ ପଜିଟିଭ୍‌ ଆସିଲେ କୋଭିଡ୍‌ ହସ୍ପିଟାଲକୁ ଯିବେ। ଏଥିପାଇଁ ପ୍ରତି ପଞ୍ଚାୟତରେ କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି। ସବୁ ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ବରେ 5 ଜଣିଆ ଟିମ୍‌ ଗଠନ ହୋଇଛି। ଯେଉଁଥିରେ ସରପଞ୍ଚଙ୍କ ସହ ପଞ୍ଚାୟତ ଏକ୍ସଟେନସନ୍ ଅଫିସର, ଗ୍ରାମ ରୋଜଗାର ସେବକଙ୍କ ସହ ଦୁଇ ଜଣ ଶିକ୍ଷକ ରହିବେ ବୋଲି ସୂଚନା ରହିଛି। ଓଡ଼ିଶା ଫେରିବା ପୂର୍ବରୁ ସବୁ ଓଡ଼ିଆମାନଙ୍କ ଆଗୁଆ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରେଜିଷ୍ଟ୍ରେସନ କରିବା ପାଇଁ ଦିଆଯାଇଥିବା ଲିଙ୍କ- https://covid19.odisha.gov.in/registration