ରାଜ୍ୟରେ ୪୮ ଘଣ୍ଟା ବର୍ଷା ସମ୍ଭାବନା

ରାଜ୍ୟରେ ୪୮ ଘଣ୍ଟା ବର୍ଷା ସମ୍ଭାବନା

ରାଜ୍ୟରେ ୪୮ ଘଣ୍ଟା ବର୍ଷା ସମ୍ଭାବନା
ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୧୫ ତାରିଖ ଯାଏଁ ବର୍ଷା ଲାଗି ରହିବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ । ଏନେଇ ସତର୍କ ରହିବାକୁ ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪୮ ଘଣ୍ଟା ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ପରାମର୍ଶ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ବର୍ଷା ପରିସ୍ଥିତି ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହା ସହ ୨୪ ଘଣ୍ଟା ଅର୍ଥାତ୍ ୧୪ ତାରିଖ ସକାଳ ସୁଦ୍ଧା ପାଖାପାଖି ୨୫ଟି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ବର୍ଷା ହେବାର ଆଶଙ୍କା ରହିଛି । ୧୫ ତାରିଖରେ ଉତ୍ତର ଓଡ଼ିଶା ସମେତ ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଗତ ୨ଦିନ ମଧ୍ୟରେ ବାଲେଶ୍ୱର, ବାରିପଦା, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଛି । ୧୬ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବା ସହ ୧୭ରୁ ତାପମାତ୍ର ବଢିବ ।