ରାଜ୍ୟରେ ୨୪ ଘଣ୍ଟାରେ ୨୨୬ କରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ୨୨୬ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୯୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୮ ଜଣ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୮୦୭୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୩ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୦୪ ଜଣ, ସୁନ୍ଦରଗଡ଼ରୁ ୧୯ ଜଣ, କଟକରୁ ୧୪ ଜଣ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଲେଖାଁଏ,ବଲାଙ୍ଗୀର, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ୫ ଜଣ ଲେଖାଁଏ, ବରଗଡ଼, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ୪ ଜଣ ଲେଖାଁଏ, ନୟାଗଡ଼ରୁ ୩ ଜଣ, ଭଦ୍ରକ, ବୌଦ୍ଧ, ମୟୂରଭଞ୍ଜ, ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଁଏ, ବାଲେଶ୍ବର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୨୩ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୮୦୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୭୯୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୧୭୦୪୨ ଜଣ ସୁସ୍ଥ ହୋଇଛନ୍ତି ।




admin 