ରାଜ୍ୟରେ ୧୦,୧୧୦ ମହିଳା ଯୌନକର୍ମୀ, ଶୀର୍ଷରେ ଅଛି ବାଲେଶ୍ୱର ।

ରାଜ୍ୟରେ ୧୦,୧୧୦ ମହିଳା ଯୌନକର୍ମୀ, ଶୀର୍ଷରେ ଅଛି ବାଲେଶ୍ୱର ।

ରାଜ୍ୟରେ ୧୦,୧୧୦ ମହିଳା ଯୌନକର୍ମୀ, ଶୀର୍ଷରେ ଅଛି ବାଲେଶ୍ୱର ।
ଭୁବନେଶ୍ୱର: ରାଜ୍ୟରେ ୧୦,୧୧୦ ଜଣ ମହିଳା ଯୌନକର୍ମୀ ଅଛନ୍ତି । ଜିଲ୍ଲା ୱାରି ତାଲିକାରେ ଶୀର୍ଷରେ ଅଛି ବାଲେଶ୍ୱର । ଏଠାରେ ସର୍ବାଧିକ ୧୦୫୦ ଜଣ ଯୌନକର୍ମୀ ଅଛନ୍ତି । ତାଲିକାର ଦ୍ୱିତୀୟରେ କୋରାପୁଟ ଓ ମୟୂରଭଞ୍ଜ (୭୫୦ ଲେଖାଏଁ) ଏବଂ ତୃତୀୟରେ ଯାଜପୁର ଓ କେଉଁଝର (୭୦୦ ଲେଖାଏ) ଅଛନ୍ତି । ବିଧାନସଭାରେ ଏମିତି ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ । ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନବ କିଶୋର ଦାସ ଦେଇଥିବା ତଥ୍ୟ ଅନୁଯାୟୀ ଅନୁଗୁଳରେ ୩୦୦, ଭଦ୍ରକରେ ୬୫୦, ବଲାଙ୍ଗୀରରେ ୪୫୦, କଟକରେ ୨୫୦, ଢ଼େଙ୍କାନାଳରେ ୧୫୦, ଗଜପତିରେ ୩୫୦, ଗଞ୍ଜାମରେ ୫୫୦, ଜଗତସିଂହପୁରରେ ୨୫୦, କଳାହାଣ୍ଡିରେ ୨୫୦, କନ୍ଧମାଳରେ ୩୫୦, କେନ୍ଦ୍ରାପଡ଼ାରେ ୪୦୦, ଖୋର୍ଦ୍ଧାରେ ୬୧୦, ମାଲକାନଗିରିରେ ୩୦୦, ନୟାଗଡ଼ରେ ୨୫୦, ନୂଆପଡ଼ାରେ ୫୦୦, ପୁରୀରେ ୨୫୦ ଓ ସୁନ୍ଦରଗଡ଼ରେ ୪୦୦ ଯୌନ କର୍ମୀ ଅଛନ୍ତି । ୮ ଜିଲ୍ଲାରେ ଆଦୌ ଯୌନକର୍ମୀ ନାହାନ୍ତି । ସେହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ନବରଙ୍ଗପୁର, ବୌଦ୍ଧ, ସୁବର୍ଣ୍ଣପୁର ଓ ରାୟଗଡ଼ା । ମନ୍ତ୍ରୀ ଆହୁରି ଜଣାଇଛନ୍ତି ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି (ଓସାକସ) ଜାତୀୟ ଏଡସ ନିୟନ୍ତ୍ରଣ ସଂସ୍ଥା, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳିୀ ଓ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ଏଚଆଇଭି ଓ ଏଡସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାନ କରୁଛି । ୧୦,୨୧୦ ଜଣ ମହିଳା ଯୌନ କର୍ମୀଙ୍କ ନିମନ୍ତେ ଲକ୍ଷ୍ୟଭେଦୀ ପ୍ରକଳ୍ପ (ଟିଆର) ମାଧ୍ୟମରେ ଓସାକସ ଏଚଆଇଭି ଓ ଏଡସ ସମ୍ପର୍କିତ ସେବା ଓ ସୁବିଧା ଯୋଗାଇ ଆସୁଛି ।